ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଖାଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। ଆଜି ''ପଖାଳ ଦ
ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଖାଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। ଆଜି 'ପଖାଳ ଦିବସ' ଅବସରରେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ, ଆମର ଏହି ପାରମ୍ପରିକ ଖାଦ୍ୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande