ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇର ବିକ୍ଷୋଭ
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ଦର ବୃଦ୍ଧି ବିରୁଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓ ବିକେଏମ୍ୟୁ ପକ୍ଷରୁ ଶୁକ୍ରବାର ରାଜମହଲ ଛକଠାରେ ମିଳିତ ଭାବେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବିକ୍ଷୋଭକାରୀମାନେ ଦରବୃଦ୍ଧି ବିରୁଦ୍ଧରେ ବିଭିନ୍ନ ଲେଖ
c pi


ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ଦର ବୃଦ୍ଧି ବିରୁଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓ ବିକେଏମ୍ୟୁ ପକ୍ଷରୁ ଶୁକ୍ରବାର ରାଜମହଲ ଛକଠାରେ ମିଳିତ ଭାବେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବିକ୍ଷୋଭକାରୀମାନେ ଦରବୃଦ୍ଧି ବିରୁଦ୍ଧରେ ବିଭିନ୍ନ ଲେଖା ଥିବା ପ୍ଲାକାର୍ଡ, ପତାକା, ସିଲିଣ୍ଡର ଓ ଫେଷ୍ଟୁନ ଧରି ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ସମବେତ ହୋଇଥିଲେ। ସେଠାରେ ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା କହିଲେ ଯେ, ସରକାର କହୁଛନ୍ତି ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ୍ ମହଜୁଦ୍ ଅଛି, କିନ୍ତୁ ଖାଉଟିମାନଙ୍କୁ ଗ୍ୟାସ୍ ମିଳୁ ନାହିଁ। ସେମାନଙ୍କୁ ଗ୍ୟାସ୍ ଏଜେନ୍ସି ପାଖରେ ଖରାତରାରେ ଘଂଟା ଘଂଟା ଧରି ଲମ୍ବାଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଗ୍ୟାସ୍ ନ ମିଳିବାରୁ ଛୋଟ ଛୋଟ ଦୋକାନୀମାନଙ୍କ ବେପାର ବନ୍ଦ ହୋଇଗଲାଣି। ଅପରପକ୍ଷେ ରନ୍ଧନ ଗ୍ୟାସ୍ ସିଲିଣ୍ଡର କଳାବଜାରରେ ୩ହଜାର ଟଙ୍କାରେ ବିକ୍ରି ହେଲାଣି। ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ସାଙ୍ଗକୁ ଖାଇବା ତେଲ ଦର ବାରମ୍ବାର ବୃଦ୍ଧି ଯୋଗୁ ଗୃହିଣୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ସରକାର ସୁଭଦ୍ରା ଯୋଜନାରେ ଯେଉଁ କିଛି ଟଙ୍କା ଦେଇ ବାହାବା ନେଉଥିଲେ, ଗୃହିଣୀମାନେ ଏ ବାବଦରେ ଖର୍ଚ୍ଚରେ ସବୁ ସରିଗଲାଣି ବୋଲି କହୁଛନ୍ତି। ହୋଟେଲ ବ୍ୟବସାୟୀମାନେ ଏହି ମଉକାରେ ଖାଦ୍ୟଦ୍ରବ୍ୟ ମୂଲ୍ୟ ବୃଦ୍ଧି କରିଦେଲେଣି। ଏହି ୮ଦିନ ଭିତରେ ଖାଇବା ତେଲ ଲିଟର ପିଛା ୨୦ ଟଙ୍କା ବଢ଼ିଗଲାଣି। ସରକାର ରନ୍ଧନ ଗ୍ୟାସ୍ ବୁକିଂ ପାଇଁ ସହରାଂଚଳରେ ୨୫ଦିନ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୪୫ ଦିନର ଯେଉଁ ନିୟମ ବାନ୍ଧି ଦେଇଛନ୍ତି ତାହା ଖାଉଟିଙ୍କୁ ମହରଗରୁ ନେଇ କାନ୍ତାରରେ ପକାଇ ଦେଇଛି। ସାଧାରଣ ଲୋକେ ଏମିତି ହନ୍ତସନ୍ତ ହେଉଥିବାବେଳେ କର୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande