
ସମ୍ବଲପୁର,୨୦ ମାର୍ଚ୍ଚ(ହି.ସ.) – ସମ୍ବଲପୁର ସ୍ଥିତ ଏମ୍ସିଏଲ୍ ମୁଖ୍ୟାଳୟ ଠାରେ କୋଲ ଇଣ୍ଡିଆ ଇଂଟର-କମ୍ପାନୀ ଲନ୍ ଟେନିସ ଟୁର୍ଣ୍ଣାମେଂଟ୨୦୨୫-୨୬ ଗତକାଲି ଉଦଯାପିତ ହୋଇଛି।
ଆୟୋଜକ ଏମସିଏଲ ଟିମ ଚାମ୍ପିୟାନ ଟ୍ରଫି ହାସଲ କରିଥିବା ବେଳେ ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍(ଏନ୍.ସି.ଏଲ୍) ଦଳ ଉପ ବିଜେତା ଟ୍ରଫି ଗ୍ରହଣ କରିଛି।
ଏମସିଏଲ ର ନିର୍ଦ୍ଦେଶକ(ମାନବ ସମ୍ବଳ) କେଶବ ରାଓ, ନିର୍ଦ୍ଦେଶକ(ଅର୍ଥ) ଏକେ ବେହୁରା ଏବଂ ନିର୍ଦ୍ଦେଶକ(ବୈଷୟିକ)ଏସକେ ଝାଙ୍କ ସମେତ କୋଲ୍ ଇଣ୍ଡିଆ ୱେଲଫେୟାର ବୋର୍ଡ, କର୍ପୋରେଟ୍ ଜେ.ସି.ସି.,ଏମସିଏଲ କର୍ପୋରେଟ୍ ୱେଲଫେୟାର ବୋର୍ଡ ଏବଂ କର୍ପୋରେଟ୍ ସେଫ୍ଟି ବୋର୍ଡର ସଦସ୍ଯମାନେ ଏହି ଅବସରରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ତିନିଦିନିଆ ଟୁର୍ଣ୍ଣାମେଂଟରେ ସିଙ୍ଗାରେନି କୋଲିୟାରୀଜ୍ କମ୍ପାନୀ ଲିମିଟେଡ୍, ନର୍ଦନ କୋଲଫିଲ୍ଡସ୍ ଲିମିଟେଡ୍ ଏନସିଏଲ,ସିସିଏଲ, ଏସଇସିଏଲ, ସିଏମ୍ପିଡ଼ିଆଇ,ଡବ୍ଲୁସିଏଲ୍, ବିବିସିଏଲ୍ ଏବଂ ଆୟୋଜକ ଏମ୍.ସି.ଏଲ୍ ସହ ୮ଟି ଦଳ ମଧ୍ୟରେ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। କ୍ରୀଡ଼ା, ସ୍ୱାସ୍ଥ୍ଯ ଏବଂ ସୁସ୍ଥ ପ୍ରତିଯୋଗିତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଏମ୍.ସି.ଏଲର ପ୍ରତିବଦ୍ଧତାକୁ ଦୋହରାଇ ଏହି କାର୍ଯ୍ଯକ୍ରମ ଏକ ଉତ୍ସାହଜନକ ପରିବେଶ ରେ ପୁରସ୍କାର ବିତରଣ ସମାରୋହରେ ସମ୍ପନ୍ନ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ