ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ; ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାରସୁଗୁଡ଼ା, ୨୦ ମାର୍ଚ୍ଚ (ହି.ସ.)- ଆସନ୍ତା ୨୦୨୬ ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ପାନୀୟ ଜଳର ସମସ୍ୟା ଦୂର କରିବା ଏବଂ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ନଳକୂପ
ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ; ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


ଝାରସୁଗୁଡ଼ା, ୨୦ ମାର୍ଚ୍ଚ (ହି.ସ.)- ଆସନ୍ତା ୨୦୨୬ ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ପାନୀୟ ଜଳର ସମସ୍ୟା ଦୂର କରିବା ଏବଂ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ନଳକୂପ, ସୌର ଚାଳିତ ଡୁଆଲ୍ ପମ୍ପ ଏବଂ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ଗ୍ରୀଷ୍ମ ପ୍ରବାହ ସମୟରେ ଯେପରି କୌଣସି ସ୍ଥାନରେ ପାନୀୟ ଜଳର ଅଭାବ ନହୁଏ, ସେଥିପାଇଁ ସମସ୍ତ ଜଳଉତ୍ସକୁ କାର୍ଯ୍ୟକ୍ଷମ ରଖିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଜିଲ୍ଲାର ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଟ୍ୟାପ୍ ଯୋଗେ ଜଳ ଯୋଗାଣର ଅଗ୍ରଗତି, 'ବସୁଧା' ଅଭିଯୋଗର ସମାଧାନ ଏବଂ ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ହୋଇଥିବା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ନୂତନ ନଳକୂପ ଖନନ ସହିତ ଡିଏମଏଫ ଏବଂ ଏସଏଫସି ପାଣ୍ଠିରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ବିଶେଷ କରି ୧୬/୧୭ ଏବଂ ୪୨ଟି ଗ୍ରାମ ପଞ୍ଚାୟତକୁ ସାମିଲ କରୁଥିବା ମେଗା ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ରାସ୍ତା କାମ ସମୟରେ ପିଡବ୍ଲୁଡି, ଆରଡି ଏବଂ ଜାତୀୟ ରାଜପଥ(ଏନଏଚ) ବିଭାଗ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପାଇପ୍ ଲାଇନଗୁଡ଼ିକର ତୁରନ୍ତ ପୁନରୁଦ୍ଧାର ପାଇଁ ଅନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ବାକି ରହିଥିବା ଆକଳନ ଗୁଡ଼ିକର ଅନୁମୋଦନ ଏବଂ ପାଣ୍ଠିର ସଠିକ୍ ବିନିଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande