
ବଲାଙ୍ଗିର, 20 ମାର୍ଚ୍ଚ (ହି.ସ.)
ସାପ୍ତାହିକ ଖବର କାଗଜ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଦିବସ ଉତ୍ସବ ପାଳନ ଅବସରରେ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ବରିଷ୍ଠ ବିଭାଗରେ ସରକାରୀ ମହିଳା ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ (ସମ୍ମାନ)ର ପ୍ରଥମ ବର୍ଷ ଛାତ୍ରୀ ପ୍ରତିଜ୍ଞା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ଅନୁରାଗ ପାଣିଗ୍ରାହୀ ଦ୍ଵିତୀୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ଛାତ୍ରୀ ଶିବାଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି କନିଷ୍ଠ ବିଭାଗରେ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ବିଶ୍ୱାଳ ପ୍ରଥମ,କିସ ଆବାସିକ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଉର୍ମିଳା ଛତ୍ରିଆ ଦ୍ଵିତୀୟ,ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନସୀ ରାଣୀ ଦାଶ ଓ ପି.ପି ଏକାଡେମୀ ର ଛାତ୍ର ନିରଞ୍ଜନ ଦୋରା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଚଳିତ ମାସ ୨୭ ତାରିଖ ଦିନ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରେରଣା ର ସ୍ଵନକ୍ଷତ୍ର ଦିବସରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।ପ୍ରେରଣା ର ସମ୍ପାଦକ ରଘୁ ନନ୍ଦନ ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରବନ୍ଧ ପ୍ରତିଯୋଗିତାରେ କିସ୍ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ ଆକାଶ ମିଶ୍ର,ଶିକ୍ଷକ ସୁରେଶ ବାରିକ,ଶିକ୍ଷକ ହରି ଖେତୀ,ବିଘ୍ନରାଜ ଗଡୁଆ, ଦୀନେଶ କୁମାର ଭୋଇ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ