
ଜୟପୁର,୨୦ ମାର୍ଚ୍ଚ(ହି.ସ.) – ଦେଶି ମଦ ଚାଲାଣବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ ଓଜେଇ ଗ୍ରାମର ଜଗନ୍ନାଥ ନାୟକ। ସୁଚନା ଅନୁଯାଇ ଏକ ସ୍ଲୁଟିରେ ଦେଶି ମଦ ଜୟପୁର ସହରକୁ ଚାଲାଣ ହେଉଥିବା ସୁଚନା ପାଇ ଅବକାରି ଥାନା ଆଜି ଜୟନଗର ଛକରେ ଚଢାଉ କରିଛି। ଚଢାଉ କରି ୧୦ ଲିଟର ଦେଶି ମଦ ଓ ସ୍ଲୁଟି ଗାଡିକୁ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି