
ସମ୍ବଲପୁର,୨୦ ମାର୍ଚ୍ଚ(ହି.ସ.) – ଓଡ଼ିଶା ପ୍ରଦେଶର ବିଜେପି ସଂଗଠନ ବିସ୍ତାର କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଛି। ଦୁଇଦିନ ପୂର୍ବେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା, ଯୁବମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ପଦାଧିକାରିଙ୍କ ନାମ ଘୋଷଣା ହୋଇଥିଲା। ଏହି ମର୍ମରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ର ପଦାଧିକାରିଙ୍କ ନାମ ଘୋଷଣା ହୋଇଛି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ଅନୁମୋଦନ କ୍ରମ ଆଜି ସମ୍ୱଲପୁର ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ତାଙ୍କର ଟିମ ଘୋଷଣା କରିଛନ୍ତି। ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଜରିଆରେ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ ଜିଲ୍ଲା ର ସମସ୍ତ ୨୮ ଟି ଯାକ ପଦପଦବୀର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ୮ ଜଣ ଉପସଭାପତି, ୩ ଜଣ ସାଧାରଣ ସମ୍ପାଦକ, ୮ଜଣ ସଂମ୍ପାଦକ, ଜିଲ୍ଲା କୋଷାଧ୍ୟକ୍ଷ ସମେତ ସମସ୍ତ ୭ ଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଶ୍ରୀ ମେହେର।
ଜିଲ୍ଲା ଉପସଭାପତି ଭାବେ ସୁଶାନ୍ତ ପୁରୋହିତ, ଅଶ୍ୱିନୀ ସ୍ୱାଇଁ, ଦୁଷ୍ମନ୍ତ ନାୟକ, ନମ୍ରଶକାନ୍ତ ପଟ୍ଟନାୟକ, ସୁଧୀର ଗୁପ୍ତା, ବିଚିତ୍ରାନନ୍ଦ ସହୁ, ପ୍ରମୋଦ ସାହୁ, ରୁନୁ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ସୁଶୀଲ କର, ସମୀର ରଞ୍ଜନ ବାବୁ, ଆଶିଷ ହୋତା ଏବଂ ଜିଲ୍ଲା ସମ୍ପାଦକ ଭାବରେ ବିଭୂତି କଲ୍ୟାଣ ପଟେଲ୍, ନିଲାମ୍ବର ସିକନ୍ଦର, ସନ୍ତୋଷ ହସ୍ତି, ସସ୍ମିତା ଦେହୁରୀ, ପୁଷ୍ପାଞ୍ଜଳି ଧରୁଆ, ଭବାନୀ ଧୂସର, ସଂଯୁକ୍ତା ପ୍ରଧାନ, ଅନୁସୟା ସାମଲଙ୍କ ନାମ ଘୋଷଣା କରାଯାଇଛି। ଶମ୍ଭୁ ବରେଲିଆଙ୍କୁ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ତାଲିକାରେ ପ୍ରଭୁଦତ ପଣ୍ଡା(ଯୁବ ମୋର୍ଚ୍ଚା), ଡ.ସୁଷମା ସାହୁ(ମହିଳା ମୋର୍ଚ୍ଚା), ହରବ୍ରତ ସେନାପତି(ଅନୁସୂଚିତ ଜାତି ମୋର୍ଚ୍ଚା) ବେଣୁଧର ପ୍ରଧାନ(ଅନୁସୂଚିତ ଜନଜାତି ମୋର୍ଚ୍ଚା), ରମେଶ ପ୍ରଧାନ(ପଛୁଆ ବର୍ଗ ଜାତି) ମିତ୍ରଭାନୁ ପ୍ରଧାନ(କୃଷକ ମୋର୍ଚ୍ଚା) ଗୁର୍ଦିପ ସିଂହ(ଅଳ୍ପ ସଂଖ୍ୟକ ମୋର୍ଚ୍ଚା)ଙ୍କ ନାମ ଘୋଷଣା କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ