ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ
ଖୋର୍ଦ୍ଧା,୨୦ ମାର୍ଚ୍ଚ(ହି.ସ.) – ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ ହୋଇଯାଇ
ପଖାଳ


ଖୋର୍ଦ୍ଧା,୨୦ ମାର୍ଚ୍ଚ(ହି.ସ.) – ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟ ସଦର ମହକୁମା ପାନ୍ଥ ନିବାସରୁ ଅଭାସିରେ ଯୋଡ଼ି ହୋଇ ଖୋର୍ଦ୍ଧା ଜିଲ୍ଲାର ପଖାଳ ଦିବସ ପାଳନ କୁ ଅନୁଧ୍ୟାନ କରିବା ସହ ରାଜ୍ୟର ସମସ୍ତ ଜିଲ୍ଲା, ଦେଶର ମୁମ୍ବାଇ, ଜାମସେଦପୁର, ଗହ୍ୱାଟି ଆଦି ଚଉଦ ଗୋଟି ନଗରୀ ଓ ବିଶ୍ୱର ଆମେରିକା ଦେଶ ସହ ଛଅ ଗୋଟି ଦେଶ ସହ ଏହି ପଖାଳ ପର୍ବ ଦିବସରେ ଆଭାସିରେ ଯୋଡ଼ି ହୋଇ ପଖାଳ ଆମ ଓଡିଆଙ୍କ ଅସ୍ମିତାର ପରିଚୟ ବହନ କରେବୋଲି ଅଭିଭାଷଣ ରଖି ଏହାକୁ ବିଶ୍ୱର ସମଗ୍ର ଦେଶରେ ପରିଚିତ କରାଇ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ନୈବେଦ୍ୟ ପଖାଳ ପର୍ବକୁ ଆମ ଓଡିଶାର ଜନସାଧାରଣମାନେ ବିଶ୍ୱର କୋଣ ଅନୁକୋଣରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସ୍ତରୀୟ ପଖାଳ ପର୍ବ ଦିବସକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରତ୍ୟକ୍ଷ ପରିଚାଳନା କରିଥିବାବେଳେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ଅଧ୍ୟକ୍ଷ ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାର, ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଂଟ କଲେକ୍ଟର, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସମେତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପରିଶେଷରେ ସମସ୍ତେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପଖାଳ ସହ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଭୋଜନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande