
କେନ୍ଦ୍ରାପଡା, ୨୦ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାଲର ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡା କ୍ରେଡିଟ୍-କୋ-ଅପରେଟିଭ ସୋସାଇଟ୍ ରେ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମବାୟବିତ୍ ପ୍ରମୋଦ କୁମାରସ ସାହୁ ଇଫତାର ପାର୍ଟିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ଏକ ଭାଇଚାରାର ସଂପର୍କ ବୋଲି ପ୍ରଚାର କରିଥିଲେ ।
କାର୍ଯ୍ୟକ୍ରମରେ ସଂପାଦକ ଅରବିନ୍ଦ ସାହୁ, ଅଡିଟ୍ ଅଫିସର ମଦନ ମୋହନ ଖୁଣ୍ଟିଆ, ଅତିରିକ୍ତ ସଂପାଦକ ମନୋଜ ସାହୁ, ତ୍ରିଲୋଚନ ପାତ୍ର, ଋଣ ପରିଚାଳକ ସେକ ଅନୱାରଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି