
ଜୟପୁର, ୨୦ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଦ୍ୱାରା ଦୁଇଟି ଯୋଜନାର ଶୁଭାରମ୍ଭ ହୋଇଛି l ଜୟପୁର ପୌରପାଳିକା ଦ୍ୱାରା ପ୍ରଧାନମନ୍ତ୍ର ଶ୍ରମ ଯୋଗୀ ମନ ଧନ ଯୋଜନା ଶୁଭାରମ୍ଭ ଓ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ ଆଜି ହୋଇଛି । ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ଉଦଘାଟନ କରିଥିଲେ । ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତଙ୍କ ସଭାପତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ଗୋପି ନାୟକ, ଜସ ପାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ଦ୍ୱାରା ୫୦ ବର୍ଗର ଲୋକଙ୍କୁ ସାମିଜିକ ସୁରକ୍ଷା ପ୍ରଦାନ କରାଯିବ । ଦରଜୀ, ବାରିକ, ମହାରଣା, କମାର, କୁମ୍ଭାର, ପଥର ଶିଳ୍ପୀ, ପରିମଳ କର୍ମଚାରି, ଲୋକକଳା କଳାକାର, ସମସ୍ତ ପ୍ରକାର କାରିଗର, ମାଳି, ଫୁଲ ଦୋକାନୀ, ପାଣି ପାଇପ ମିସ୍ତ୍ରୀ , କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି , ଇଲେକ୍ରିସିଆନ ଭଳି ୫୦ଟି ବର୍ଗର ଙ୍କୁ ମିଳିବ ସାମାଜିକ ସୁରକ୍ଷା ସହ ପେନସନ ପାଇବେ । ଅଣସଂଗଠିତ ଶ୍ରମିକର ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର, ଶ୍ରମିକଙ୍କ ଆୟ ଅଣ କୁଶଳୀ ଶ୍ରମିକଙ୍କ ପାଇଁ ଧାଯ୍ୟ ହୋଇଥିବା ଦୈନିକ ସବନିମ୍ନ ମଜୁରିରୁ କମ ହୋଇଥିବ, ଶ୍ରମିକଙ୍କ ଚାଷ ଜମିର ପରିମାଣ ୫ ଏକରରେ ସୀମିତ ଥିବା ଦରକାର ଆଦି ନିୟମ ରହିଛି । ଏହି ଯୋଜନା ୨୦୧୯ ମସିହାରେ ଆରମ୍ଭ ହୋଇଥିବା ବେଳେ ଆଜି ଏହି ଯୋଜନା ଜୟପୁର ପୌରପାଳିକାରେ ଉଦଘାଟନ ହୋଇଛି । ଏହି ଯୋଜନା ଦ୍ୱାରା ଜୟପୁର ସହରରେ ରହୁଥିବା ୫୦ ବର୍ଗର ଲୋକ ମାନେ ଉପକୃତ ହୋଇ ପାରିବେ । ପ୍ରଥମ ପଯ୍ୟୟରେ ସେହିପରି ଜୟପୁର ପୌର ପାଳିକା ଦ୍ୱାରା ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ସହାୟତା କେନ୍ଦ୍ରର ମୁଖ୍ୟ ଉଦ୍ଦେଷ୍ୟ ସରକାରୀ ଯୋଜନା ସହ ସହରାଞ୍ଚଳର ଆର୍ଥିକ ଅନଗ୍ରସରଙ୍କୁ ଯୋଡିବାର ମାଧ୍ୟମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ, ରାସନ କାର୍ଡ, ପାଇପ ଯୋଗେ ଜଳ ଯୋଗାଣ, ଆୟୁଷ୍ମାନ କାର୍ଡ, ସୁଭଦ୍ରା ଯୋଜନା, ଶ୍ରମିକ କାର୍ଡ, ଇ- ଶ୍ରମ କାର୍ଡ, ଗରିମା ଯୋଜନା, ମଧୁ ବାବୁ ପେନସନ ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ଯୋଜନାରେ ବଞ୍ଚିତ ହୋଇଥିବା ହିତାଧିକାରି ମାନଙ୍କୁ ସହାୟତା କରିବ । ଜୟପୁର ପୌରା ଞ୍ଚଳର ୨୮ଟି ଓାର୍ଡରେ ଏିହ କେନ୍ଦ୍ର ୧ ମାସ ଧରି ସେବା ଯୋଗାଇବ । କେନ୍ଦ୍ର କୁ ଯାଇ ଯୋଗ୍ୟ ହିତାଧିକାରି ମାନେ ଯୋଇ ଅବେଦନ କରିପାରିବେ । ଏହି ଉଦଘାନ କାର୍ଯ୍ୟକ୍ରମରେ ଜୟପୁର ପୌର କାର୍ଯ୍ୟନିର୍ବାହି ଅଧିକାରି ପୁଜା ରାଉତଙ୍କ ସହ କାଉନସିଲର ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି