
ବଲାଙ୍ଗୀର,୨୦ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଚୈତ୍ର ପର୍ବରେ ବିଭିନ୍ନ ଦେବାଦେବୀ ଚଳଚଂଚଳ ହେଉଥିବା ବେଳେ ବାସନ୍ତିକ ନବ ଦିନାତ୍ମିକ ପୂଜା ଚାଲିଥିବା ବେଳେ ଦେବୋତର ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଦେବାଦେବୀ ମନ୍ଦିର ଚୈତ୍ର ପର୍ବରେ ଆଲୋକ ସଜ୍ଜା ଓ ବିଭିନ୍ନ ସଜ୍ଜାସଜ୍ଜି ଅନୁଦାନ ଦେବା ପାଇଁ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲା। ମା’ ପାଟଣେଶ୍ୱରୀ ମନ୍ଦିର ମୁଖ୍ୟ ଦ୍ୱାର ଗେଟ ଭାଙ୍ଗି ଯାଇଥିବାବେଳେ ନୂତନ ଭାବେ ମରାମତି କରିବା ପାଇଁ ଦାବି ଏବଂ କିଛି କାର୍ଯ୍ୟ ସୌନ୍ଦର୍ଯ୍ୟକରଣ ଅଧୁରା ରହିଯାଇଥିବାରୁ ତାକୁ ଦାବି କରିବା ପାଇଁ ଦାବି ଜଣାଇଥିଲେ। ସମଲେଶ୍ୱରୀ ମନ୍ଦିର ୨୦୨୧ରେ ମନ୍ଦିରର ମୁଖ୍ୟଦ୍ୱାର ଭାଙ୍ଗି ଯାଇଥିବାରୁ ୩ କୋଟି ଉର୍ଦ୍ଧ୍ୱ ତଥା ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବାରୁ କିଭଳି କାର୍ଯ୍ୟ ଶିଘ୍ର ହେବ ଦାବି ଦିଆହୋଇଥିଲା ଏବଂ ଗତ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ମା’ ଶୈଳପୁତ୍ର ଓ ବ୍ରହ୍ମଚାରିଣି ମୁର୍ତି ଭାଙ୍ଗି ଯାଇଥିବାରୁ ଚୈତ୍ର ପର୍ବରେ ନୂତନ ଭାବେ ଲଗାଇବା ପାଇଁ ଦାବି କରାଯାଇଛି। ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ପ୍ରଦାନ କରାଯାଇଥିଲା। ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ନେତୃତ୍ୱରେ ପ୍ରଶାନ୍ତ ମହାକୁର, ରିଂଟୁ ସାହୁ, ଶମ୍ଭୁ ଶତପଥି ଦାବି ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ