ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ - ଡିଜିପି
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଜୋରଦାର୍ ଅପରେସନ ଚାଲିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ମାଓବାଦୀ ନିପାତ ହେବେ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ । ପୋଲିସ୍ ଡି
dgp


ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଜୋରଦାର୍ ଅପରେସନ ଚାଲିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ମାଓବାଦୀ ନିପାତ ହେବେ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ । ପୋଲିସ୍ ଡିଜି ୱାବି ଖୁରାନିଆ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ମାଓ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ବୋଲି ଡିଜିପି ସୂଚନା ଦେଇଛନ୍ତି । ସେପଟେ ମାଓବାଦୀଙ୍କୁ ଡିଜିପି ଶେଷ ଚେତାବନୀ ଦେଇ କହିଛନ୍ତି ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଓଡିଶା ପୋଲିସ ଜେସାକୁ ତେସା ନୀତି ଆପଣାଇବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚ ମାସ ୨୦୨୬ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହାସହ ହତିୟାର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande