ଟିପି ଥାଇ ଖଣି ଅଧିକାରୀ ବାଲି ଗାଡି ଧରୁଥିବା ଅଭିଯୋଗ
କେନ୍ଦ୍ରାପଡା, ୨୦ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ହାଇୱା ସଂଘ ତରଫରୁ ଉପ ଜିଲ୍ଲାପାଳଙ୍କ ନିକଟରେ ଖଣି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ଖଣି ଅଧିକାରୀ ଟିପି ଥାଇ ବାଲି ନେଇ ଯାଉଥିବା ହାଇୱା ଗାଡି ଗୁଡିକୁ ଜୋର ଜବରଦସ୍ତ ଅଟକାଇ ଜରିମାନା ଆଦାୟ କରୁଛନ୍ତ
ଟିପି ଥାଇ ବାଲି ଗାଡି ଧରୁଛନ୍ତି ଖଣି ଅଧିକାରୀ, ଅଭିଯୋଗ


କେନ୍ଦ୍ରାପଡା, ୨୦ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ହାଇୱା ସଂଘ ତରଫରୁ ଉପ ଜିଲ୍ଲାପାଳଙ୍କ ନିକଟରେ ଖଣି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ, ଖଣି ଅଧିକାରୀ ଟିପି ଥାଇ ବାଲି ନେଇ ଯାଉଥିବା ହାଇୱା ଗାଡି ଗୁଡିକୁ ଜୋର ଜବରଦସ୍ତ ଅଟକାଇ ଜରିମାନା ଆଦାୟ କରୁଛନ୍ତି । ଶୁକ୍ରବାର ଭୋର ସମୟରେ ଏକ ହାଇୱା ନମ୍ବର ଓଡି-୨୯-ଜେ-୭୭୫୦ ବାଲି ନେଇ ପଟ୍ଟାମୁଣ୍ଡାଇ ଯାଉଥିବା ସମୟରେ କେନ୍ଦ୍ରାପଡା ଖଣି ଅଧିକାରୀ ପଟ୍ଟମୁଣ୍ଡାଇ ବାଇପାସ୍ ଠାରେ ଜୋର ଜବରଦସ୍ତ ଅଟକାଇ ଡ୍ରାଇଭରକୁ ଧମକ ଚକମ ଦେଇ ଗାଡିକୁ ପଟ୍ଟାମୁଣ୍ଡାଇ ଥାନାରେ ଅଟକ ରଖିଛନ୍ତି । ଜିଲ୍ଲା ଖଣି ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର କାଗଜପତ୍ର ଠିକ୍ ଥିବା ସତ୍ୱେ ହାଇୱା ଗାଡି ଗୁଡିକୁ ଅଟକାଇ ହଇରାଣ କରୁଥିବା ନେଇ ଉପ ଜିଲ୍ଲାପାଳଙ୍କ ନିକଟରେ ହାଇୱା ସଂଘ ତରଫରୁ ଜିଲ୍ଲା ସଭାପତି ନାରାୟଣ ସ୍ୱାଇଁ, ସଂପାଦକ କ୍ଷୀରୋଦ ଦାସ, ମନୋଜ କୁମାର ଧଳଙ୍କ ସମେତ ସୈାଭାଗ୍ୟ ପରିଡା, ସୁଶାନ୍ତ ପଣ୍ଡା, ନାରାୟଣ ପରିଡା, ଶ୍ରୀମତୀ କିରଣବାଳା ଖଣ୍ଡୁଆଳ, ସେକ ରମଜାନ, ସେକ ସୋନୁ, ଅଜୟ ମଲିକ ପ୍ରମୁଖ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande