


ବଲାଙ୍ଗିର, ୨୦ ମାର୍ଚ୍ଚ (ହି.ସ.)-
ଭାରତ ମାତା ପୂଜନ ସମିତି ବଲାଙ୍ଗିର ଦ୍ୱାରା ଗୁରୁବାର ଦିନ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତ ହିନ୍ଦୁ ସଂଗଠନ ସଦସ୍ୟ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ଭାରତ ମାତା ମହା ଆଳତି
କରାଯାଇଛି । ଅନୁଷ୍ଠିତ ଉତ୍ସବରେ
ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସରକାରି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ଓଝା ଓ ଓଡ଼ଶା ସମରସତା ମଞ୍ଚ ର ସହ ସଂଯୋଜକ ଘନଶ୍ୟାମ ପାଧାନ ବକ୍ତା ଭାବରେ ଯୋଗଦେଇ ଥିଲେ । ସମ୍ମାନୀତ ଅତିଥଭାବେ କବି ଶ୍ରୀମତୀ ନିରୁପମା ଉଦଗାତା ଯୋଗଦେଇ ନବବର୍ଷର କବିତା ଆବୃତ୍ତି କରିଥିଲେ। ପୂର୍ବରୁ ସନ୍ଧ୍ୟା ୬ଟା ୩୦ ରେ ଭାରତ ମାତା ପୂଜନ ହୋଇ ଆଳତି ହୋଇଥଲା। ସାମୂହିକ ଭାବରେ ହନୁମାନ ଚାଳିଶା ପାଠ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ସମସ୍ତଙ୍କ ପାଇଁ ସହଭୋଜରେ ପ୍ରସାଦ ସେବନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସଂଗଠନ ସଦସ୍ୟ ସମେତ ବିଭିନ୍ନ ମହିଳା ଅନୁଷ୍ଠାନର ସଦସ୍ୟ ସଦସ୍ୟା ଯୋଗଦେଇ ଉତ୍ସବ ପାଳନ ସହିତ ନୂତନ ବର୍ଷକୁ ସ୍ବାଗତ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ