




ସୁବର୍ଣପୁର, ୨୦ ମାର୍ଚ୍ଚ (ହି.ସ.)- ଆଜି ପୂର୍ବାହ୍ନ ୧୦ଟା ୩୦ ରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ଜିଲ୍ଲା କୋସାଗାର ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଗୃହ ଜିଲ୍ଲା ଓ ସେଶନ୍ସ ଜଜ, ସୋନପୁର ଓ ମାନ୍ୟବର ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡଃ. ନୃପରାଜ୍ ସାହୁଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଥିଲା। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଓ ସେଶନ୍ସ ଜଜ, ସୋନପୁର, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲାପାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ଏତଦବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଉପ - ନିର୍ଦ୍ଦେଶକ, ଅଭିଯୋଜନ୍, ସୁବର୍ଣ୍ଣପୁର, ବେଣୁଧର ପ୍ରଧାନ, ପବ୍ଲିକ ପ୍ରୋସିକୁଟର ଶ୍ରୀମତି ମଧୁମିତା ଅମାତ୍ୟ, ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ, ଅଜିତ ବିଶି ଓ ଅବକାରୀ ଅଧିକାରୀ, ସୁବର୍ଣ୍ଣପୁର ପ୍ରବୀର ସାମଲ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ। ଅତିଥି ମାନେ ଏହି ନୂତନ ଭାବେ ଉଦ୍ଘାଟିତ ଜିଲ୍ଲା ଅଭିଯୋଜନ୍ ନିର୍ଦ୍ଦେଶାଳୟ, କାର୍ଯ୍ୟାଳୟ ଗୃହର ଆବଶ୍ୟକତା ଓ ଉଭୟ ଆଇନଜୀବୀ ଓ ଅଭିଯୋଜନ ବା ପ୍ରସିକ୍ୟୁସନ୍ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ମୁଦଲା, ଜନସାଧାରଣଙ୍କ କାର୍ଯ୍ୟରେ ବ୍ୟବହୃତ ହେବା ସଂଗେସଂଗେ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ସୁଦୃଢ ଓ ତ୍ୱରାନ୍ୱିତ କରିବା ଉପରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଅନେକ ଆଇନଜୀବୀ, ଜନସାଧାରଣ, ବୁଦ୍ଧିଜୀବୀ ଓ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ