ଏନ୍.ଏସ୍.ପୋଲିସ୍ ହାଇସ୍କୁଲରେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କେନ୍ଦୁଝର,୨୦ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲାର ଏନ୍.ଏସ୍. ପୋଲିସ୍ ହାଇସ୍କୁଲରେ ଅଲିମ୍ପିକ୍ ମୂଲ୍ୟବୋଧ ଭିତିକ ଶିକ୍ଷା କାର୍ଯ୍ୟକ୍ରମର ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ ପ୍ରଗତି ସମାରୋହ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତ ବିଷ
Ns police high school


କେନ୍ଦୁଝର,୨୦ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲାର ଏନ୍.ଏସ୍. ପୋଲିସ୍ ହାଇସ୍କୁଲରେ ଅଲିମ୍ପିକ୍ ମୂଲ୍ୟବୋଧ ଭିତିକ ଶିକ୍ଷା କାର୍ଯ୍ୟକ୍ରମର ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ ପ୍ରଗତି ସମାରୋହ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତ ବିଷୟ ଭିତିକ, କ୍ରୀଡ଼ା ମାଧ୍ୟମରେ ମୂଲ୍ୟାଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା।

ଏହି ପ୍ରଶିକ୍ଷଣରେ ଜିଲ୍ଲାର ୨୦ଟି ଭିନ୍ନ ବିଦ୍ୟାଳୟରୁ ୪୦ଜଣ ଶିକ୍ଷକ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ଶିକ୍ଷକମାନଙ୍କର ଜ୍ଞାନକୁ ପୁନଃତାଜା କରିବା ଏବଂ ଦୈନିକ ଶିକ୍ଷାଦାନ ପ୍ରକ୍ରିୟାରେ ଅଲିମ୍ପିକ୍ ମୂଲ୍ୟଗୁଡ଼ିକୁ ସଠିକ ଭାବେ ଅନୁପ୍ରୟୋଗ କରିବାରେ ସେମାନଙ୍କୁ ସଶକ୍ତ କରିବା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ରୁଦ୍ର ନାରାୟଣ ସାମଲ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ଏନ୍.ଏସ୍.ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଓ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଓସେପାର ମିଳିତ ସହଯୋଗରେ ବିଦ୍ୟାଳୟ ସ୍ତରରେ ଚାଲୁଥିବା ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ପ୍ରକଳ୍ପ ସଂଯୋଜକ ଭାବେ ପ୍ରକାଶ କୁମାର ବେହେରା ଏବଂ ଲକ୍ଷ୍ମୀପ୍ରିୟା ପ୍ରଧାନ ଶିକ୍ଷକମାନଙ୍କୁ କିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ଧୁତା, ସମ୍ମାନ, ଉତ୍କୃଷ୍ଟତା ଭଳି ମୂଲ୍ୟବୋଧ ଗଢ଼ି ତୋଳିବାକୁ ପ୍ରଶିକ୍ଷଣ ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଆନ୍ତର୍କ୍ରିୟାତ୍ମକ ସତ୍ର, କୌଶଳ ଏବଂ ପ୍ରାୟୋଗିକ କ୍ରିୟାକଳାପ ଆୟୋଜିତ ହୋଇଥିଲା,ଯାହା ମାଧ୍ୟମରେ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଅଲିମ୍ପିକ୍ ମୂଲ୍ୟବୋଧ ଗୁଡ଼ିକୁ ଅନୁପ୍ରୟୋଗ କରିପାରିବେ। ଏଥିରେ ଶୃଙ୍ଖଳା, ସହଯୋଗ, ନେତୃତ୍ୱ ଏବଂ ପରସ୍ପର ସମ୍ମାନକୁ ଉନ୍ନତ କରିବା ଉପରେ ବିଶେଷ ଜୋର ଦିଆଯାଇଥିଲା।

ଏଥିରେ ଅଂଶଗ୍ରହଣକାରୀ ଶିକ୍ଷକମାନଙ୍କୁ ସନନ୍ଦ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ତଦ୍ ସହିତ ନିକଟରେ ଓଭିଇପି ତରଫରୁ ଅଲିମ୍ପିକର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲାଣ୍ଡ ଗସ୍ତ କରି ଫେରିଥିବା ଏନ୍.ଏସ୍.ପୋଲିସ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ମହାନ୍ତଙ୍କୁ ଅତିଥିଗଣ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande