
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର କୋରାପୁଟରେ ସର୍ବାଧିକ ୪୨.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ରେ ୪୨.୦ ମି.ମି., ଗୁମ୍ମାରେ ୩୩.୦ ମି.ମି., ଆର.ଉଦୟଗିରିରେ ୨୮.୪ ମି.ମି., କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୨.୨ ମି.ମି., ସିମିଳିଗୁଡାରେ ୧୮.୦ ମି.ମି., ନନ୍ଦପୁରରେ ୧୮.୦ ମି.ମି., ରାୟଗଡ଼ାର ଆର ଗୁଡାରେ ୧୫.୪ ମି.ମି., ଗୁଣୁପୁରରେ ୧୪.୮ ମି.ମି., ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୧୩.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର କୁସୁମିରେ ୧୩.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାରେ ୧୧.୦ ମି.ମି.ଏବଂ ରାୟଗଡ଼ା ଜିଲ୍ଲାର ପଦମପୁରରେ ୧୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ