ଓଡ଼ିଆଙ୍କ ପଖାଳ ଦିବସ ପାଳିତ
ଓଡ଼ିଆଙ୍କ ପଖାଳ ଦିବସ ପାଳିତ
ଓଡ଼ିଆଙ୍କ ପଖାଳ ଦିବସ ପାଳିତ


ଓଡ଼ିଆଙ୍କ ପଖାଳ ଦିବସ ପାଳିତ


ଓଡ଼ିଆଙ୍କ ପଖାଳ ଦିବସ ପାଳିତ


ଓଡ଼ିଆଙ୍କ ପଖାଳ ଦିବସ ପାଳିତ


ସମ୍ବଲପୁର, ୨୦, ମାର୍ଚ୍ଚ (ହି.ସ.)

ପଖାଳ ହେଉଛି ଓଡି଼ିଆଙ୍କ ଦୈନନ୍ଦିନ ମଧ୍ୟାହ୍ନ ଭୋଜନ । ବିଶେଷ ଭାବରେ ଗ୍ରୀଷ୍ମ ଦିନରେ ପଖାଳର ସ୍ବାଦ କିଛି ନିଆରା । ଆଜି ‘ପଖାଳ ଦିବସ’ ରେ ପଖାଳ ଖାଇବାର ମଜା କିଛି ନିଆରା। ପଖାଳ କେବଳ ଖାଦ୍ୟ ନୁହେଁ ବରଂ ଏହା ଆମର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଏହା ସହିତ ଗ୍ରୀଷ୍ମ ପ୍ରବାହ ସମୟରେ ଖରା ଦାଉରୁ ସୁରକ୍ଷା ମଧ୍ୟ ଦେଇଥାଏ। ଆଜି ସ୍ଥାନୀୟ ପାନ୍ଥନିବାସ ପରିସରରେ ଜିଲ୍ଲା ପଖାଳ ଦିବସ ପାଳିତ ହୋଇଯାଇଛି । ଆଜିର ଦିବସରେ ଜିଲ୍ଲାପାଳଙ୍କ ସମେତ ବହୁ ଅଣଓଡ଼ିଆ ପ୍ରଶାସନିକ ଅଧିକାରୀ ପାନ୍ଥନିବାସ ଠାରେ ପଖାଳର ସ୍ବାଦ ବାରିଥିବା ବେଳେ ଓଡିଶାର ପ୍ରତ୍ଯେକଟି ଓଡ଼ିଆ ମାଛ ଚିଙ୍ଗୁଡ଼ି ଭଜା ସହ ବିଭିନ୍ନ ଭଜା, ଶାଗ ବଡ଼ିଚୁରା, ଲୁଣ ଲଙ୍କା ପିଆଜ ସହ ବେଲେ ବେଲେ ପଖାଳ ଉଠାଇଥିଲେ । ନିକଟରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏହି ଦିବସ ପାଳନ କରିଥିବା ଦେଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande