ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର
ବଲାଙ୍ଗୀର,୨୦ ମାର୍ଚ୍ଚ(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ-ହଳଦୀ ଜ ଊ ରାସ୍ତା ବାରପାଲି ହଳଦୀ ଡଙ୍ଗର ବୁଢ଼ା ପାହାଡ଼ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି। ତେବେ ଗୁରୁତର ହୋଇଥିବା ବ୍ୟକ
ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର


ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର


ବଲାଙ୍ଗୀର,୨୦ ମାର୍ଚ୍ଚ(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ-ହଳଦୀ ଜ ଊ ରାସ୍ତା ବାରପାଲି ହଳଦୀ ଡଙ୍ଗର ବୁଢ଼ା ପାହାଡ଼ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି। ତେବେ ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଲେ ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପାତଲପଡା ଗ୍ରାମର ଜଗବନ୍ଧୁ ଦାଶ ଙ୍କ ପୁଅ ସଞ୍ଜିବ କୁମାର ଦାଶ(୨୬) ବୋଲି ଜଣାପଡ଼ିଥିବା ବେଳେ ସୁଚନା ଅନୁଯାୟୀ ମୁରିବାହାଲ-ହଳଦୀ ଜ ଊ ରାସ୍ତା ବାରପାଲି ହଳଦୀ ଡଙ୍ଗର ବୁଢ଼ା ପାହାଡ଼ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିବା, ସଞ୍ଜିବ କୁମାର ଦାଶଙ୍କ ଡାହାଣ ଗୋଡ,ମୁଣ୍ଡ, ମୁହଁ ଏବଂ ଛାତିରେ ଆଘାତ ଲାଗିଥିବା। ଖବର ପାଇ ମୁରିବାହାଲ ପୁଲିସ ଘଟଣା ସ୍ଥଳରେ ପହଂଚି ସଞ୍ଜିବ କୁମାର ଦାଶ ଙ୍କୁ ଉଦ୍ଧାର କରି, ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଥିଲେ। କିନ୍ତୁ ସଞ୍ଜିବ କୁମାର ଦାଶ ଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ବଳାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ବାଇକ ଦ୍ୱୟକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି। ମୁରିବାହାଲ ପୁଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande