ବିଶ୍ୱ ପଖାଳ ଦିବସ ନିମନ୍ତେ ଓଡ଼ିଆ ବିଭାଗରେ ପାଠଚକ୍ର ଆୟୋଜିତ
କେନ୍ଦୁଝର,୨୦ ମାର୍ଚ୍ଚ(ହି.ସ.) – ଧରଣୀଧର ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ସଭାପତି ଦାୟିତ୍ୱରେ ବିଭାଗୀୟ ମୁଖ୍ୟ ଡକ୍ଟର ଶୁଭସ୍ମିତା ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କ୍ଷ ସେ ତାଙ୍କ ଅଭିଭାଷଣରେ ଆମ ସଂସ୍କୃତି ଓ ପରମ୍ପରାରେ
Pakhal dibas


କେନ୍ଦୁଝର,୨୦ ମାର୍ଚ୍ଚ(ହି.ସ.) – ଧରଣୀଧର ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ସଭାପତି ଦାୟିତ୍ୱରେ ବିଭାଗୀୟ ମୁଖ୍ୟ ଡକ୍ଟର ଶୁଭସ୍ମିତା ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କ୍ଷ ସେ ତାଙ୍କ ଅଭିଭାଷଣରେ ଆମ ସଂସ୍କୃତି ଓ ପରମ୍ପରାରେ ପଖାଳ ଆଜି କିପରି ଅସ୍ମିତା ହୋଇପାରିଛି ତତ୍ ସମ୍ପର୍କରେ ମତ ରଖିଥିଲେ।

ଆଲୋଚନା ଚକ୍ରର ପ୍ରାଥମିକ ପର୍ଯ୍ୟାୟ ଅତିଥି ମାନଙ୍କର ପରିଚୟ ଏବଂ ନିଜ ଅଭିଭାଷଣରେ ବିଭାଗର ଅଧ୍ୟାପକ ଡକ୍ଟର ସୁମନ୍ତ୍ର ନାଏକ ତାଙ୍କ ବାର୍ତା ରଖିଥିଲେ ଯେ, ଆଜିର ପଖାଳ ମୋ ପାଇଁ କିଛି ନୂଆ ନୁହେଁ। ପରନ୍ତୁ, ଆଜିର ସମୟରେ ଏହା ଆମ ପାଇଁ ଏକ ଗର୍ବ ଓ ଗୌରବର ପ୍ରସଙ୍ଗ ଯେ ଆମ ପରମ୍ପରା ଆଜି ବିଶ୍ୱସ୍ତରୀୟ ହେବାକୁ ଲାଗିଛି। ସେହିପରି ମୁଖ୍ୟବକ୍ତା ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗମୁଖ୍ୟ ଡକ୍ଟର ଚିତରଂଜନ ମିଶ୍ର ତାଙ୍କ ଭାଷଣରେ କହିଥିଲେ ଯେ, ଆଜି ଆମେ ଆମ ସଂସ୍କୃତି ଓ ପରମ୍ପରା ଠାରୁ ଦୂରେଇ ଆଧୁନିକ ଫାଷ୍ଟ ପ୍ରୁଡ଼କୁ ଅତି ସହଜରେ ଗ୍ରହଣ କରିନେଇଛି। ଯାହା ଆମ ଦୈନଦିନ ଜୀବନକୁ ତଥା ସମାଜକୁ ଏକ ରୁଗୁଣ କରିବାରେ ଲାଗିଛି। ଏଣୁ ବର୍ତମାନର ସମୟ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ଫେରିଯିବାର ବେଳେ। ଏହା ଆମ ପାଇଁ ମଙ୍ଗଳ ମୟ ହୋଇପାରିବ। ଏହା ପରେ ପରେ ବିଭାଗର ଅନ୍ୟତମ ଅଧ୍ୟାପକ ଅଧ୍ୟାପିକା ତଥା ଶ୍ରୀଯୁକ୍ତ ଆକାଲୁ ପୃଷ୍ଟି, ଡକ୍ଟର ଅଜୟ କୁମାର ସାହୁ, ଡକ୍ଟର ଜ୍ୟୋତି କିଶୋର ମହାନ୍ତ, ପ୍ରଜ୍ଞା ପରମିତା ସାହୁ ଏବଂ ବିଭାଗର ଛାତ୍ରୀ ସ୍ନେହାରାଣୀ କର ଓ ମାନସୀ ଦାସ ପ୍ରବନ୍ଧ ପାଠ କରିଥିଲା ବେଳେ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନେ ଏହି ସଭାରେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande