
କେନ୍ଦ୍ରାପଡା, ୨୦ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବଦ୍ୟାଳୟ ପରିସରରେ ମଣ୍ଡଳ ଶିକ୍ଷା ଅଧିକାରୀ କେନ୍ଦ୍ରାପଡ଼ାଙ୍କ କାର୍ଯ୍ୟ।ଳୟ ତରଫରୁ ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫-୨୬ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଦ୍ଦିଷ୍ଟ , ନୂତନ ପାଠ୍ୟକ୍ରମ ସଂଚାଳନ ନିମନ୍ତେ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ତା -୧୬.୩.୨୦୨୬ ରୁ ୨୦.୩.୨୦୨୬ ପର୍ଯ୍ୟନ୍ତ ୫୦ ଜଣ ପ୍ରଶିକ୍ଷାର୍ଥୀ ଓ ୪ ଜଣ ଦକ୍ଷ ପ୍ରଶିକ୍ଷକ ଜିତେନ୍ଦ୍ର ତ୍ରିପାଠୀ, ସୁରଥ କୁମାର ସାହୁ, ଶ୍ରୀମତୀ କାକୁଳି ମଲ୍ଲିକ, ସଂଜ୍ଞା ସାଗରୀକା ନାୟକଙ୍କ ସହାୟତାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସହ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା, ପ୍ରଧାନ ଶିକ୍ଷକ ମଦନ ମୋହନ କର ଉଦଘାଟନ କରି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଶେଷ ଦିବସର ଉଦଯାପନୀ ଅଧିବେଶନରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା ଯୋଗଦେଇ ସାର୍ଟିଫିକେଟ ପ୍ରଦାନ ସହ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଅନନ୍ତ କୁମାର ପରିଡା କୃତଜ୍ଞତା ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି