ଯାହାର ନିଷ୍ଠା ନାହିଁ ସେ ଦଳ ଛାଡି ପଳାନ୍ତୁ - ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକଙ୍କ କ୍ରସ ଭୋଟିଙ୍ଗ ପରେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯଦି ନିଷ୍ଠା ନାହିଁ ଆଉ କିଏ ବିଧାୟକ ଅଛ ଦଳ ଛାଡିକି ପଳାନ୍ତୁ । ଲୁଚି ଛି ନା ଗୋଡ ଦୁଇଟା ଦିଶୁଛି । କାହାର ଦଳ ପ୍ରତି ଭାବ ନାହିଁ ଆଉ କାହାର ଅଛି ଆ
dibya shannkar mishra


ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକଙ୍କ କ୍ରସ ଭୋଟିଙ୍ଗ ପରେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯଦି ନିଷ୍ଠା ନାହିଁ ଆଉ କିଏ ବିଧାୟକ ଅଛ ଦଳ ଛାଡିକି ପଳାନ୍ତୁ । ଲୁଚି ଛି ନା ଗୋଡ ଦୁଇଟା ଦିଶୁଛି । କାହାର ଦଳ ପ୍ରତି ଭାବ ନାହିଁ ଆଉ କାହାର ଅଛି ଆଗାମୀ ଦିନରେ ଜଣାପଡ଼ିଯିବ । ରାଜ୍ୟସଭା ନିର୍ବାଚନରେ ଦଳ ଦ୍ରୋହି କାମ କଲେ । ଯେଉଁମାନେ ଅଛୁ ନିଷ୍ଠାର ସହ ଅଛୁ । ଆମେ ଯେତିକି ଅଛୁ ଦଳ ପ୍ରତି ସମର୍ପିତ । ସାପ ତାର ଚରିତ୍ର କେବେ ବଦଳାଇପାରିବନି । ଯେଉଁମାନେ ଯେଉଁ ଦଳରେ ଅଛ ସେ ଦଳ ପ୍ରତି ସମର୍ପଣ ରଖ । ଯେଉଁମାନେ କ୍ରସ ଭୋଟ କଲେ କଠୋର ଦଣ୍ଡ ଦିଆଯାଉ । ଦଳିୟ ଢାଂଚା ଓ ସମ୍ବିଧାନ ଅନୁଯାଇ ଦଣ୍ଡିତ କରାଯାଉ । ନବୀନ ବାବୁ ସେମାନଙ୍କୁ ଦଣ୍ଡିତ କରିବେ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande