ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ
ଭଦ୍ରକ, ୨୦ ମାର୍ଚ୍ଚ (ହି.ସ.)- ମଣ୍ଡିରୁ ଉଠୁନି ଧାନ । ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଚାରିତରଫ ଛକରେ ରାସ୍ତା ଉପରେ ଧାନ ବସ୍ତା ପକାଇ ଚାଷୀମାନେ ଆନ୍ଦୋଳନ କରିଛନ୍ତି । ଏପରିକି ଆଜି ରାସ୍ତା ଅବରୋଧ ସମୟରେ ତହସିଲଦାରଙ୍କ ଗାଡ଼ି ଆଗରେ
ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ


ଭଦ୍ରକ, ୨୦ ମାର୍ଚ୍ଚ (ହି.ସ.)- ମଣ୍ଡିରୁ ଉଠୁନି ଧାନ । ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଚାରିତରଫ ଛକରେ ରାସ୍ତା ଉପରେ ଧାନ ବସ୍ତା ପକାଇ ଚାଷୀମାନେ ଆନ୍ଦୋଳନ କରିଛନ୍ତି । ଏପରିକି ଆଜି ରାସ୍ତା ଅବରୋଧ ସମୟରେ ତହସିଲଦାରଙ୍କ ଗାଡ଼ି ଆଗରେ ଚାଷୀମାନେ ଶୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଚାରିତରଫ ସୋସାଇଟି ମଣ୍ଡିରୁ ମିଲର ଧାନ ଉଠାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଗତକାଲି ଚାଷୀମାନେ ସୋସାଇଟି ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ପ୍ରଶାସନ ପକ୍ଷରୁ ଏହାର କୌଣସି ପ୍ରତିକାର କରାନଯିବାରୁ ଚାଷୀମାନେ ଆଜି ରାସ୍ତାରୋକ କରିଛନ୍ତି । ଅବରୋଧ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande