ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କୁ ମିଳିବ ଡିଜିପି ଡିସ୍କ ସମ୍ମାନ
ସମ୍ବଲପୁର,୨୦ ମାର୍ଚ୍ଚ(ହି.ସ.) – ଆଗାମୀ ଏପ୍ରିଲ ୧ ତାରିଖରେ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁଙ୍କୁ ସମ୍ମାନଜନକ ''ଡିଜିପି ଡିସ୍କ'' ସମ୍ମାନ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା, ଦକ୍ଷତା ଏବଂ କର୍ତବ୍ୟନିଷ୍ଠ ପାଇଁ ତାଙ୍କୁ ଏ
ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କୁ ମିଳିବ ଡିଜିପି ଡିସ୍କ ସମ୍ମାନ


ସମ୍ବଲପୁର,୨୦ ମାର୍ଚ୍ଚ(ହି.ସ.) – ଆଗାମୀ ଏପ୍ରିଲ ୧ ତାରିଖରେ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁଙ୍କୁ ସମ୍ମାନଜନକ 'ଡିଜିପି ଡିସ୍କ' ସମ୍ମାନ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା, ଦକ୍ଷତା ଏବଂ କର୍ତବ୍ୟନିଷ୍ଠ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଅଫିସ୍ ଅର୍ଡର(୯୧୧/ଏସିଆର ସେଲ୍) ଅନୁସାରେ, ୨୦୨୫-୨୬ ବର୍ଷ ପାଇଁ ରାଜ୍ୟର ମୋଟ ୧୩୬ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ତାଲିକାରେ ସମ୍ବଲପୁର ଏସ.ପି. ଶ୍ରୀ ଭାମୁଙ୍କ ନାମ କ୍ରମାଙ୍କ ୮ ଓ ଡିସ୍କ ସିରିଏଲ୍ ନଂ- ୧୫୬୦/୨୬ ରେ ସୂଚିତ ହୋଇଛି। ସମ୍ବଲପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଶ୍ରୀ ଭାମୁଙ୍କ ନେତୃତ୍ୱ ବେଶ ପ୍ରଶଂସନୀୟ ରହିଛି। ତାଙ୍କ ସହ ସମ୍ବଲପୁରରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମନ୍ତ ବାରିକ ଏବଂ କନଷ୍ଟେବଳ ତପସ୍ୱିନୀ ପଟେଲ ମଧ୍ୟ ଏହି ଗୌରବଜନକ ସମ୍ମାନ ପାଇବାକୁ ଯାଉଛନ୍ତି। ଏହି ସୂଚନା ପ୍ରଚାରିତ ହେବା ପରେ ଜିଲ୍ଲାରେ କାର୍ଯ୍ୟରତ ପୋଲିସ ମହଲରେ ଖୁସିର ଲହରି ଖେଳିଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande