

ଭୁବନ, ୨୦ ମାର୍ଚ୍ଚ (ହି.ସ.)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି। ଗତ ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ମାର୍ଚ୍ଚ ୧୯ ତାରିଖରେ ଶେଷ ହୋଇଥିଲା । ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ପ୍ରଶିକ୍ଷଣ ନେଇଥିବା +୩ ପ୍ରଥମ ବର୍ଷର ସମୁଦାୟ ୧୨୬ ଜଣ ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମ ସଂଯୋଜିକା ଡଃ. ମମତା ପାତ୍ର, ଶାରୀରିକ କ୍ରୀଡା ଶିକ୍ଷକ ଗଦାଧର ସାହୁ, ମାଷ୍ଟର ଟ୍ରେନର ଶିଲା ବେହେରା ଓ ଅନିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ