ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ
ମାଲକାନଗିରି, ୨୦ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୮ ଦିନ ଧରି ଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଆଜି ଆରମ୍ଭ ହୋଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ


ମାଲକାନଗିରି, ୨୦ ମାର୍ଚ୍ଚ (ହି.ସ.)-

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୮ ଦିନ ଧରି ଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଆଜି ଆରମ୍ଭ ହୋଇଛି l

ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଶିବିରଟି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ସରକାରଙ୍କ ଏକ ଅଭିନବ ପ୍ରୟାସ ଅଟେ।

ଆତ୍ମସୁରକ୍ଷା ତାଲିମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କୌଣସି ଅସ୍ତ୍ର-ଶସ୍ତ୍ର ବ୍ୟବହାର ବିନା ବିଭିନ୍ନ ଶାରୀରିକ କୌଶଳ ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିବାର ପ୍ରଶିକ୍ଷଣ ଦେବା।

ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଭାବେ ପୁଷ୍ପାଞ୍ଜଳି ମାଡକାମୀ ଓ ନମିତା ମୁଦୁଲି ଛାତ୍ରୀମାନଙ୍କୁ ସରକାରୀ ନିର୍ଦ୍ଦେଶାନୁସାରେ ବିଭିନ୍ନ କୌଶଳରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

ଏହି କାର୍ଯ୍ୟକ୍ରମଟି ଆଜିଠାରୁ ୮ ଦିନ ବ୍ୟାପୀ ଅର୍ଥାତ୍ ୨୦-୦୩-୨୦୨୬ ଠାରୁ ୨୮-୦୩-୨୦୨୬ ପର୍ଯ୍ୟନ୍ତ ଚାଲିବ।

କେବଳ ଆତ୍ମସୁରକ୍ଷା କୌଶଳ ନୁହେଁ, ନିଜ ଆତ୍ମବଳର ସୁଦୃଢ଼ିକରଣ ସହିତ ଶୃଙ୍ଖଳା, ସଂଯମ ଓ ସାହସ ବୃଦ୍ଧି କରିବା ମଧ୍ୟ ଏହି ତାଲିମର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଉଦବୋଧନରେ କହିଥିଲେ।

ଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ତଥା ଏହି କାର୍ଯ୍ଯକ୍ରମର ଅଧିକାରୀ ଶ୍ରୀଦେବୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande