



ବଲାଙ୍ଗିର, 20 ମାର୍ଚ୍ଚ (ହି.ସ.) ଗୁରୁ ବାର ଦିନ ବିଦ୍ୟାଳୟରେ ରାଷ୍ଟ୍ରୀୟ ନବ ବର୍ଷ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ତ୍ରିବିକ୍ରମ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ସତ୍ଯଵନ୍ତ ବେଦବାକ ଅବସର ପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗୀର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ନବବର୍ଷ ସମ୍ବନ୍ଧେ ମାର୍ଗଦର୍ଶନ କରିଥିଲେ।ମୁଖ୍ୟ ବକ୍ତା ରୂପେ ପ୍ରାନ୍ତ ସମ୍ପାଦକ ସ୦ସ୍କୃତ ଭାରତୀ ଶ୍ରୀ ଅଜିତ କୁମାର ପଣ୍ଡା ଭାରତୀୟ ସ୦ସ୍କୂତିରେ ନବ ବର୍ଷ ର ମହତ୍ଵ ସମ୍ବନ୍ଧେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ତଥା ଅଭିଭାବକ ଅଭିଭାବିକା ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କୁ ପୁରସ୍କୃତ କରାଯାଇଥିଲା।ଶିଶୁ ଓ ଅଭିଭାବକ ମାନଙ୍କ ଦ୍ବାରା ସା୦ସ୍କୂତିକ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଅନୂଷ୍ଠିତ ହୋଇଥିଲା।ପ୍ରାୟ ସାଢେ ତିନି ହଜାର ଲୋକଙ୍କ ପାଇଁ ସହଭୋଜର ବ୍ୟବସ୍ଥା କରାଯାଇଥିଲା। ସମ୍ପାଦକ ଶ୍ରୀ ନୀଳାଚଳ ଚିର୍ଗୂନ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ୟ ସୁକଦେବ ସେଠ ଓ ଉମେଶ ଚନ୍ଦ୍ର ହୋତା ଙ୍କ ନେତୃତ୍ୱରେ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା ସମିତି ସଦସ୍ୟ ସଦସ୍ୟା,ଵିଦ୍ବତ ପରିଷଦର କର୍ମକର୍ତ୍ତା,ମାତ୍ରୁଭାରତୀ ଓ ସେବକ ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ