
କେନ୍ଦ୍ରାପଡା, ୨୦ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପି.ଓ., ସମସ୍ତ ସିଡିପିଓ, ମମତା ଡିପିସି ମନୋରଞ୍ଜନ ଦାସ, ପୋଷଣ ଡିସି ସଂଜୟ ପାତ୍ର, ଶୁଭେନ୍ଦୁ ଦାସ, ରଜନୀ ଦାସ ପ୍ରମୁଖ ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଅଗ୍ରଗତିର ସମୀକ୍ଷା କରାଯିବା ସହ ବିଭିନ୍ନ ସ୍ଥାନରୁ ଆସୁଥିବା ସୁଭଦ୍ରା ସଂପର୍କୀୟ ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମମତା ଯୋଜନାରେ ପାଉଥିବା ସହାୟତା ଯେଭଳି ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ମାନେ ପାଇପାରିବେ ସେଥିପ୍ରତି ସୁପର ଭାଇଜର ମାନଙ୍କୁ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାରୁ ବାଲ୍ୟ ବିବାହ ସଂପୂର୍ଣ୍ଣ ମୂଳପୋଛ କରିବା ପାଇଁ ସିଡିପିଓ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପୋଷଣରେ ଆଧାର, ଏଫଆରଏସ୍, ଆପାର ଆଇଡି, ଶିଶୁଙ୍କର ଓଜନ ଅଭିବୃଦ୍ଧି ସଂପର୍କରେ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି