ମହିଳା ମହାବିଦ୍ୟାଳୟରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ
ଖୋର୍ଦ୍ଧା,୨୦ ମାର୍ଚ୍ଚ(ହି.ସ.) – ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଓଡ଼ିଆ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗର ମିଳିତ ସହଯୋଗରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଭଗବାନ ସତ୍ୟସାଇ
ମହିଳା ମହାବିଦ୍ୟାଳୟରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ


ଖୋର୍ଦ୍ଧା,୨୦ ମାର୍ଚ୍ଚ(ହି.ସ.) – ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଓଡ଼ିଆ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗର ମିଳିତ ସହଯୋଗରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଭଗବାନ ସତ୍ୟସାଇ ବାବାଙ୍କ ପବିତ୍ର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ା. ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ ତାଙ୍କର ସ୍ୱାଗତ ଅଭିଭାଷଣରେ ଛାତ୍ରୀମାନଙ୍କ ଜୀବନରେ ମୂଲ୍ୟବୋଧ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନିତା ଦାସ ଓ ଅର୍ଥନୀତି ବିଭାଗ ମୁଖ୍ୟ ସୁଶ୍ରୀ ସ୍ମୃତି ଦାସ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ଆଲୋଚ୍ୟ ବିଷୟ ଉପରେ ଭିତିପତ୍ର ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଇଂ. ସଚିଦାନନ୍ଦ ନାୟକ “ଛାତ୍ର ଜୀବନରେ ମୂଲ୍ୟବୋଧ ଶିକ୍ଷାର ଗୁରୁତ୍ୱ” ବିଷୟରେ ରାମାୟଣ, ମହାଭାରତ, ଗୀତା, ବେଦ ଓ ଉପନିଷଦରୁ ଅନେକ ପ୍ରେରଣାଦାୟକ ଉଦାହରଣ ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଏକ ପ୍ରଶ୍ନୋତର ସେସନ୍ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନୋତର କାର୍ଯ୍ୟକ୍ରମର ସମସ୍ତେ ଯୋଗ ଦେଇ ମୂଲ୍ୟବୋଧ ଶିକ୍ଷା ବିଷୟରେ ନିଜ ଜିଜ୍ଞାସାର ସମାଧାନ ପାଇଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁନୀଲ କୁମାର ରଥ ମଧ୍ୟ ତାଙ୍କର ସଂକ୍ଷିପ୍ତ ଓ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ବ୍ରଜସୁନ୍ଦର ମିଶ୍ର ତାଙ୍କର ଉଦ୍ୱୋଧନ ସହିତ ମହାବିଦ୍ୟାଳୟ ଅଧ୍ୟକ୍ଷା, ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନଙ୍କୁ ଆଭାର ପ୍ରକାଶ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ଼ା. ସସ୍ମିତା ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଅଧ୍ୟକ୍ଷା ଓ ବିଭାଗୀୟ ମୁଖ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟ ପକ୍ଷରୁ ଡ଼ା. ସସ୍ମିତା ପଟ୍ଟନାୟକ, ଦିଲୀପ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସମିତି ଆବାହକ ଅମ୍ବିକା ମହାନ୍ତିଙ୍କ ନେତୃତ୍ୱରେ ରବିନାରାୟଣ ମହାପାତ୍ର, ଜୟଦେବ ପ୍ରସାଦ, କର୍ମୋଦୟ ଛୋଟରାୟ, କାଂଚନବାଳା ଜେନା ଓ ରଞ୍ଜିତା ସାହୁ, ଶୁଶ୍ରୀ ସସ୍ମିତା ମୁଦୁଲି, ଦିଲ୍ଲୀପ ମହାନ୍ତି, ଶରତ ଦଳସିଙ୍ଗରାୟ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଓ ମୁଖ୍ୟବକ୍ତାଙ୍କ ଦ୍ୱାରା ଭଗବାନଙ୍କ ପବିତ୍ର ଫଟୋଚିତ୍ର ସମ୍ମୁଖରେ ମଙ୍ଗଳ ଆରତି ପ୍ରଦାନ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande