
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ଉଚ୍ଚ ଶିକ୍ଷାନୁଷ୍ଠାନରେ
ଆରମ୍ଭ ହେବ ‘ଏଆଇ ଫର୍ ଅଲ୍’ ପାଠ୍ୟକ୍ରମ । ଏଆଇ ଶିକ୍ଷାକୁ ମିଳିବ ଉଡାଣ । କଲେଜରେ ଆରମ୍ଭ ହେବ ଏଆଇ
ଶିକ୍ଷା । ‘ଏଆଇ ଫର୍ ଅଲ୍’ ପାଠ୍ୟକ୍ରମ ଜରିଆରେ ଏଆଇ ଶିକ୍ଷାକୁ ଦିଆଯିବ ପ୍ରୋତ୍ସାହନ ।
ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲାଯାଇଛି ଏଆଇ
ଆଣ୍ଡ ରୋବୋଟିକ ସେଂଟର ଅଫ୍ ଏକ୍ସିଲେନ୍ସ, ଓଡ଼ିଶା ରାଜ୍ୟ ମୁକ୍ତି ବିଶ୍ୱବିଦ୍ୟାଳୟ, ସମ୍ବଲପୁରରେ କଳା ସ୍ନାତକୋତର ଦ୍ଵିତୀୟ
ସେମିଷ୍ଟାରରେ ଏଆଇ ପାଠ୍ୟକ୍ରମ ପଢା ଯାଉଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା