
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ଜମି ନେଇ ଶିଳ୍ପ କରୁନଥିବା ୨୫ ଟି ଶିଳ୍ପାନୁଷ୍ଠାନକୁ
କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର । ନୋଟିସ ପରେ ୭ ଟି ଶିଳ୍ପାନୁଷ୍ଠାନ ଜମି
ଆବଣ୍ଟନ ରଦ୍ଦ କରିଛନ୍ତି ରାଜ୍ୟ ସରକାର । ଏଥିସହ ୫ ଟି ଶିଳ୍ପ ସଂସ୍ଥା ଜମି ଆବଣ୍ଟନ ରଦ୍ଦ
ମାମଲା କୋର୍ଟରେ ବିଚାରଧୀନ ରହିଛି । ସେହିପରି ଇଡ଼କୋ ମାଧ୍ୟମରେ ଆବଣ୍ଟିତ ହୋଇଥିବା ଜମି
ମଧ୍ୟରୁ ୯୧୪ ଟି ଶିଳ୍ପ ସଂସ୍ଥା ବନ୍ଦ ପଡ଼ିଛି ।
ସେମାନଙ୍କ ମଧ୍ୟରୁ ଇଡ଼କୋ
ନିୟମ ଅନୁଯାୟୀ ୬୬୫ ଗୋଟି କାରଣ ଦର୍ଶାଅ ନୋଟିସ ଓ ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥା ମାନଙ୍କର
ଆବଣ୍ଟନ ରଦ୍ଦ କରାଯାଇଛି । ସେହି ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ ଟି ଶିଳ୍ପ ସଂସ୍ଥା ବିରୁଦ୍ଧରେ ଇୟୁଓ
କେସ ରୁଜ୍ଜୁ କରାଯାଇଛି ଓ ୬ ଟି ଶିଳ୍ପ ସଂସ୍ଥା ଜମି ଆବଣ୍ଟନ ବିରୁଦ୍ଧ ମାମଲା କୋର୍ଟରେ
ଵିଚାରଧିନ ରହିଛି । ଏଥିସହ ବିଭିନ୍ନ କାରଣରୁ ଜମି ନେଇ ୬୪୦ ଶିଳ୍ପ ସଂସ୍ଥା ନ ଚଳାଇ ପରିବାରୁ
ଅନ୍ୟ ସଂସ୍ଥାକୁ ସେହି ଜମି ଲିଜ ଆକାରରେ ଦିଆଯାଇଛି । ଏନେଇ ବିଧାନସଭାରେ ଶିଳ୍ପ ମନ୍ତ୍ରୀ
ସମ୍ପଦ ସ୍ୱାଇଁ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା