ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ
ଧର୍ମଶାଳା, ୨୦ ମାର୍ଚ୍ଚ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଶାନ୍ତି ବଜାର ଅଂଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବୈଦ୍ୟୁତିକ ଘରୋଇ ଉପକରଣ ମରାମତି ଦୋକାନରେ ଏହି ଅଗ୍ନିକଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ବହୁ ଏସ
ଦୋକାନରେ ଅଗ୍ନୀକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ


ଧର୍ମଶାଳା, ୨୦ ମାର୍ଚ୍ଚ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଶାନ୍ତି ବଜାର ଅଂଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବୈଦ୍ୟୁତିକ ଘରୋଇ ଉପକରଣ ମରାମତି ଦୋକାନରେ ଏହି ଅଗ୍ନିକଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ବହୁ ଏସି, ୱାସିଂ ମେସିନ, ଫ୍ରିଜ, ଗ୍ୟାସ ସିଲିଣ୍ଡର, କୁଲର ଓ ଫ୍ୟାନ ସମେତ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପଂହଚି ନିଆଁକୁ ଆୟତ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ଧର୍ମଶାଳା ଥାନା ଅନ୍ତର୍ଗତ ମଣିନାଥପୁର ଗ୍ରାମର ମହମ୍ମଦ ସିଦିକ୍ ଜାରକାସ୍ଥିତ ଶାନ୍ତି ବଜାର ଅଂଚଳରେ କୁଲ ଟେକ୍ ଫ୍ରିଜେସନ ନାମକ ଏକ ଘରୋଇ ବୈଦୁତିକ ଉପକରଣ ମରାମତି ଦୋକାନ କରିଥିଲେ । ଶୁକ୍ରବାର ଭୋର ସମୟରେ ଦୋକନ ଭିତରୁ ଧୂଆଁ ବାହାରୁ ଥିବା ବେଳେ ମାତ୍ର କିଛି ସମୟ ପରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ । ନିଆଁର ପ୍ରକୋପ ଏତେ ଥିଲାଯେ ଦୋକାନ ଭିତରେ ଥିବା ସମସ୍ତ ବୈଦ୍ୟୁତିକ ଉପକରଣ ଅଳ୍ପ ସମୟ ମଧ୍ୟରେ ପୋଡି ପାଉଁଶ ହୋଇଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଗୁରୁବାର ରାତି ୯ଟା ସମୟରେ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଦ୍ୟୁତ୍ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ଦୋକାନରେ ପାଖାପାଖି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କାର ବିଭିିନ୍ନ ଗ୍ରାହକଙ୍କ ଦୈଦ୍ୟୁତିକ ସାମଗ୍ରୀ ଥିବା ଦୋକାନର ମାଲିକ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande