
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ଏସସିବି ମେଡିକାଲ
ଘଟଣାରେ ପ୍ରତିବାଦ ଜାରି ରଖିବ ବିଜେଡି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।
ସେ କହିଛନ୍ତି ଯେ, ଏସସିବି ମେଡିକାଲ କଲେଜରେ ନିଆଁ ଲାଗି 13 ଜଣ ମଲେ । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ଏ ଯାଏଁ
ପ୍ରକୃତ ଦୋଷୀ ଧରାଯାଉନି । ଅଯୋଗ୍ୟ ଅପାରଗ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି
। ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ କି ଘନିଷ୍ଠ ସମ୍ପର୍କ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ
ବିବେକ ଡାକୁନି ଇସ୍ତଫା ଦେବାକୁ । ଏହା ଅଭିଶପ୍ତ ସରକାର । ଦୁଇ ଦୁଇ ଥର ଏସସିବି ମେଡିକାଲରେ
ନିଆଁ ଲାଗିଲା । ହେଲେ ସରକାର ଅବହେଳା କରୁଛନ୍ତି । ଅପରାଧ ମାମଲା ରୁଜୁ ହେବା କଥା । ପାଞ୍ଚ ଦିନ ହେଲାଣି, କିଛି
ହେଲାନି କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚୈତନ୍ୟ ଉଦୟ ହେଲାନି । ବିଜେଡିର ପ୍ରତିବାଦ ଜାରି ରହିବ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା