
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ପଖାଳ ଦିବସର
ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ରାଜ୍ୟପାଳ କହିଛନ୍ତି ଯେ, ପଖାଳ ଦିବସ ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପଖାଳ କେବଳ ଏକ
ସାଧାରଣ ଖାଦ୍ୟ ନୁହେଁ, ଏହା ଓଡ଼ିଆ ଜୀବନ ଶୈଳୀର
ସରଳତା ଓ ପରମ୍ପରାର ଜୀବନ୍ତ ପ୍ରତୀକ। ଆସନ୍ତୁ, ଏହି
ପବିତ୍ର ଦିନରେ ପଖାଳର ସ୍ୱାଦକୁ ଉପଭୋଗ କରିବା ସହିତ ଆମ ଓଡ଼ିଆ ସଂସ୍କୃତି ଓ ଅସ୍ମିତାକୁ
ରୁଦ୍ଧିମନ୍ତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା