
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ନିଜ ଅସ୍ତିତ୍ଵ
ବଞ୍ଚାଇବାକୁ ରାଜନୀତି କରୁଛନ୍ତି ବିରୋଧୀ । ବିଜେପି ଲୋକଙ୍କ ସରକାର । ମୁଖ୍ୟମନ୍ତ୍ରୀ ଲୋକଙ୍କ
ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି ଯେ,
ସବୁବେଳେ ଲୋକଙ୍କ ସହ ଅଛନ୍ତି ସରକାର । ଅଗ୍ନିକାଣ୍ଡ ଦିନ ମୁଖ୍ୟମନ୍ତ୍ରୀ ମଧ୍ୟ ଭୋର 4ଟା ବେଳେ ଯାଇଥିଲେ । ଟେକ୍ନିକାଲ ଟିମ ଗଠନ ହୋଇ
ତଦନ୍ତ କରୁଛି । ଅବସରପ୍ରାପ୍ତ ବିଚାରପତି ବିଚାର ବିଭାଗୀୟ ତଦନ୍ତ କରୁଛନ୍ତି । 4 ଜଣଙ୍କୁ ନିଲମ୍ବନ କରାଯାଇଛି । ବିରୋଧୀଙ୍କ ପ୍ରତିବାଦ ପରେ 4ଟି ମେଡିକାଲ କଲେଜର ମାନଙ୍କୁ ମନକୁ ପରିବର୍ତ୍ତନ କରାଯାଇଛି । ବିରୋଧୀ ବିରୋଧ ନାଁରେ
ବିରୋଧ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ ଚଳାଇ ଦେଉନାହାନ୍ତି ଯଦି ଆଲୋଚନା
ଚାହୁଁଛନ୍ତି, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ
ଅଛି । ହେଲେ ଆଲୋଚନାକୁ ନଆସି ଲୋକଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ ।ଦୁର୍ଘଟଣା ପରେ ସରକାର
ତ୍ୱରିତ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା