କାମାକ୍ଷାନଗର ମୃତ ଛାତ୍ରୀର ପରିବାରକୁ ଭେଟିଲେ ମହିଳା କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି
ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ.) - କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଶୁକ୍ରବାର ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଦେଶ ମହିଳା କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ କାମାକ୍ଷାନଗର
jku


ଭୁବନେଶ୍ୱର, ୨୦ ମାର୍ଚ୍ଚ (ହି.ସ.) - କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଶୁକ୍ରବାର ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଦେଶ ମହିଳା କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ କାମାକ୍ଷାନଗର ପଠାଇଥିଲେ । ଏହି ଟିମରେ ପ୍ରଦେଶ ମହିଳା କଂଗ୍ରେସର ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ସଭ୍ୟ ଭାବରେ ମଞ୍ଜୁଶ୍ରୀ ମିଶ୍ର, ଜୟସ୍ମିତା ମହାନ୍ତି ଏବଂ ସବିତା ଧିର ରହିଛନ୍ତି । ଭୁବନ ବ୍ଲକର ମାର୍ଥାପୁର ଗାଁ ଠାରେ ଏହି ଟିମ ଦିବଂଗତା ଛାତ୍ରୀର ପରିବାରକୁ ସାକ୍ଷାତ କରିଥିଲେ । ଝିଅର ମାଙ୍କର ବକ୍ତବ୍ୟ ଅନୁଯାୟୀ ଝିଅକୁ ଗଣଦୁଷ୍କର୍ମ କରାଯାଇ ହତ୍ୟାକରାଯାଇଛି । ଛାତ୍ରୀଜଣକ କଲେଜରୁ ଫେରୁଥିବା ବେଳେ ବସ ପାଇନଥିଲା ଏବଂ ଅନ୍ୟଏକ ନମ୍ବରରୁ ତାଙ୍କ ଗାଁର ଜଣେ ବାନ୍ଧବୀକୁ ଫୋନ କରି କହିଥିଲା ଯେ ସେ ଏକ କାରଯୋଗେ ଫେରଛି । ମାତ୍ର ପରବର୍ତ୍ତୀ ଘଟଣାରେ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାରୁଆଳି ଜଙ୍ଗଲରେ ତାର ମୃତଦେହ ମିଳିଥିଲା ।

ଏହି ଟିମ କାମାକ୍ଷା ନଗର ଥାନା ଅଧିକାରୀଙ୍କୁ ଭେଟି ଅପରାଧିଙ୍କୁ ତୁରନ୍ତ ଧରିବାପାଇଁ ଦାବି କରିଥିଲେ । ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ମୋହନ ସରକାରରେ ଅପରାଧିମାନେ ଦୃଷ୍ଟାନ୍ତମୂଳକ ଦଣ୍ଡ ନପାଇବାରୁ ଦିନକ ଦିନ ମହିଳା ହତ୍ୟା ଓ ଦୁଷ୍କର୍ମ ବଢ଼ିଚାଲିଛି । ପୋଲିସ ପ୍ରଶାସନ ମହିଳାଙ୍କର ଅଭିଯୋଗ ଏବଂ ସୁରକ୍ଷାପ୍ରତି ଉଦାସୀନ । ସୁତରାଂ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଦିବଂଗତା ଦୁଷ୍ମର୍ମ ପୀଡ଼ିତା ଛାତ୍ରୀର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନଅନୁଯାୟୀ ଦଣ୍ଡିତ କରାଯାଉ । ପୀଡ଼ିତାର ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande