
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ମାଲାକନଗିରିରେ
ମଣ୍ଡିରେ ଧାନ ଉଠୁନି। ଧାନ ପଡି ରହିଛି। 4 ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଛି।
ଫଳରେ ଧାନ ଗଜା ହୋଇଗଲାଣି। କିନ୍ତୁ
ସରକାର ଧାନ ଏଯାଏ ଉଠାଯାଇ ନାହିଁ। ତୁରନ୍ତ ଧାନ ଉଠାନ୍ତୁ ଓ କ୍ଷତି ପୂରଣ ଦିଅନ୍ତୁ। ନଚେତ୍
ଆସନ୍ତା 25 ତାରିଖରେ କଂଗ୍ରେସ ପକ୍ଷରୁ ମାଲାକନଗିରି ବନ୍ଦ କରାଯିବ
ବୋଲି କଂଗ୍ରେସ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା