ପୁରୀ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ନାକା ଚେକିଂ : ଜୋରିମାନା ଆଦାୟ
ପୁରୀ, ୨୦ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାରେ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବା ଓ ଯାତାୟାତ ନିୟମ ପାଳନକୁ କଡାକଡି କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକା ଚେକିଂ ଅଭିଯାନ ଚାଲୁ ରହିଛି। ଏହି ବ୍ୟାପକ ଅଭିଯାନ ଅନୁଷ୍ଠାନରେ ଯାତାୟାତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର
ପୁରୀଜିଲ୍ଲା ର ବିଭିନ୍ନ ଥାନା ପକ୍ଷ ରୁ ନାକା ଚେକିଂ :ଜୋରିମାନା ଆଦାୟ


ପୁରୀ, ୨୦ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲାରେ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବା ଓ ଯାତାୟାତ ନିୟମ ପାଳନକୁ କଡାକଡି କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକା ଚେକିଂ ଅଭିଯାନ ଚାଲୁ ରହିଛି। ଏହି ବ୍ୟାପକ ଅଭିଯାନ ଅନୁଷ୍ଠାନରେ ଯାତାୟାତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଭିଯାନ ସମୟରେ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳରେ ଚେକିଂ କରାଯାଇ ମୋଟ ୨ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ଟ୍ରାଫିକ ପୋଲିସ ଷ୍ଟେସନ ୧,୨୭,୦୦୦ ଟଙ୍କା, ବାସେଳିସାହି ପୋଲିସ ଷ୍ଟେସନ ୧୦,୦୦୦ ଟଙ୍କା, କୁମ୍ଭାରପଡା ପୋଲିସ ଷ୍ଟେସନ ୮,୫୦୦ ଟଙ୍କା, ବ୍ରହ୍ମଗିରି ପୋଲିସ ଷ୍ଟେସନ ୮୦୦୦ ଟଙ୍କା, ସିଂହଦ୍ୱାର ପୋଲିସ ଷ୍ଟେସନ ୭,୫୦୦ ଟଙ୍କା, ତାଳବଣିଆ ପୋଲିସ ଷ୍ଟେସନ ୭,୦୦୦ ଟଙ୍କା, କୋଣାର୍କ ପୋଲିସଷ୍ଟେସନ ୭,୦୦୦ ଟଙ୍କା, ସତ୍ୟବାଦୀ ପୋଲିସ ଷ୍ଟେସନ ୭,୦୦୦ ଟଙ୍କା, ସମୁଦ୍ରକୁଳ ପୋଲିସ ଷ୍ଟେସନ ୬,୦୦୦ ଟଙ୍କା, ବଳିଆପଣ୍ଡା ପୋଲିସ ଷ୍ଟେସନ ୬,୦୦୦ ଟଙ୍କା, ବଳଙ୍ଗା ପୋଲିସ ଷ୍ଟେସନ ୬,୦୦୦ ଟଙ୍କା, କାକଟପୁର ପୋଲିସ ଷ୍ଟେସନ ୬,୦୦୦ ଟଙ୍କା, ଚନ୍ଦ୍ରଭାଗା ମେରାଇନ ପୋଲିସ ଷ୍ଟେସନ ୪,୦୦୦ ଟଙ୍କା, ଗୋପ ପୋଲିସ ଷ୍ଟେସନ ୩,୫୦୦ ଟଙ୍କା, ଅସ୍ତରଙ୍ଗ ପୋଲିସ ଷ୍ଟେସନ ୩,୦୦୦ ଟଙ୍କା, ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ୩,୦୦୦ ଟଙ୍କା, ରାମଚଣ୍ଡୀ ପୋଲିସ ଷ୍ଟେସନ ୩,୦୦୦ ଟଙ୍କା, ଅସ୍ତରଙ୍ଗ ମେରାଇନ ପୋଲିସ ଷ୍ଟେସନ ୨,୦୦୦ ଟଙ୍କା, ଅରଖକୁଦା ମେରାଇନ ପୋଲିସ ଷ୍ଟେସନ ୨,୦୦୦ ଟଙ୍କା, ଚାରିଛକ ପୋଲିସ ଷ୍ଟେସନ ୧,୫୦୦ ଟଙ୍କା ଜରିମାନା ଆଦାୟ କରିଛି।

ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ସଡକରେ ଶୃଙ୍ଖଳା ବଜାୟ ରଖିବା, ଦୁର୍ଘଟଣା କମାଇବା ଓ ସାଧାରଣ ଲୋକଙ୍କୁ ଯାତାୟାତ ନିୟମ ପାଳନ ପାଇଁ ସଚେତନ କରିବା। ପୁରୀ ପୋଲିସ ସଦା ସର୍ବଦା ଲୋକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟେ ଏବଂ ଏହିପରି ଚେକିଂ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୁରୀ ପୋଲିସ ସମସ୍ତ ଯାନଚାଳକଙ୍କୁ ଅନୁରୋଧ କରୁଛି ଯେ, ହେଲମେଟ ଓ ସିଟ୍ ବେଲ୍ଟ ପରିଧାନ କରନ୍ତୁ, ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ, ନିର୍ଦ୍ଧାରିତ ଗତି ସୀମା ପାଳନ କରନ୍ତୁ, ସମସ୍ତ ଟ୍ରାଫିକ ନିୟମ ମାନନ୍ତୁ | ନିୟମ ଉଲ୍ଲଙ୍ଘନ କଲେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ସହିତ ଜରିମାନା ଆଦାୟ କରାଯିବ। ସାଧାରଣ ଲୋକଙ୍କ ସହଯୋଗରେ ଆମେ ଏକ ସୁରକ୍ଷିତ ଓ ଶୃଙ୍ଖଳିତ ପୁରୀ ଗଢିବାରେ ସଫଳ ହେବା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande