
ପୁରୀ, ୨୦ ମାର୍ଚ୍ଚ (ହି.ସ.)- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ଭିଆଇପି ରୋଡ ସ୍ଥିତ ଆରୋଗ୍ୟ ୱେଲ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ନିର୍ଦେଶିକା ଅରୁଣିମା ନନ୍ଦ ଏହାକୁ ଆୟୋଜନ କରିଥିଲେ | ସଭାନେତ୍ରୀ ରତ୍ନମଣି ନାୟକ ଓ ସମ୍ପାଦିକା ପଦ୍ମିନୀ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସରେ ଅତିଥି ରୂପେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ବିଜୟ ମିଶ୍ର, ଲୋକାଲ ଚ୍ୟାନେଲ ଦୃଷ୍ଟି ର ଏମଡି ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ ଯୋଗଦେଇ କହିଲେ, ପଖାଳ ଆମର ଅତି ପ୍ରିୟ ଖାଦ୍ୟ, ପ୍ରଭୁ ଜଗନ୍ନାଥଙ୍କୁ ଦହି ପଖାଳ ଭୋଗ ଲାଗିଥାଏ | ମାର୍ଗଶିର ଗୁରୁବାର ଦିନ ମା ଲଷ୍ମୀଙ୍କୁ ଦହିପଖାଳ ଭୋଗ କରିବା ଓଡ଼ିଆ ପରମ୍ପରାରେ ରହିଛି | ଆମ ପଖାଳକୁ ବିଶ୍ୱରେ ଜି.ଆଇ. ଟ୍ୟାଗ କରାଯାଉ | ଦହି ଫୁଟଣ ଛୁଙ୍କ ସହ ଦହି ପଖାଳ, ବଡ଼ିଚୁରା , ଵାଇଗଣ ଭଜା, ଚଟଣି, ଟମାଟ ସେକା, ମାଛ ଭଜା, ଆଳୁ ଭର୍ତା, ଶାଗ, କଲରା ଭଜା, କୋବି ବିନ୍ ଭଜା, ଆମ୍ବ ଖଟା ସହ ଅନେକ ଆଇଟମ୍ କୁ ଆଦର ସହ ସମସ୍ତେ ଖାଇଥିଲେ | ଖାଇବା ପରେ ଆତ୍ମତୃପ୍ତି ଆସିଥିଲା | ଅନୁଷ୍ଠାନର ମହିଳାମାନେ ମିଶି ରୋଷେଇ କରିଥିଲେ । ପଖାଳ ଦିବସ ଆମ୍ଭ ସଭ୍ୟତାକୁ ବଞ୍ଚାଇ ରଖିଛି । ବିଶ୍ୱ ନିୟନ୍ତା ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ । ପଖାଳ ଆମ ଓଡ଼ିଆ ଜାତିର ଗର୍ବ । ଓଡ଼ିଆଙ୍କ ପଖାଳ କଂସାର ଆଦର ବିଶ୍ୱବିଦିତ |ଶ୍ରୀଜଗନ୍ନାଥ ପଖାଳ ପ୍ରିୟ | ମାର୍ଗଶିର ଗୁରୁବାରେ ଲଷ୍ମୀ ପୂଜାରେ ଦହିପଖାଳ ଭୋଗ ହୁଏ | ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର ରହିଛି | ଦହି ପଖାଳ, ଘିଅ ପଖାଳ ଓ ଅନେକ ପଖାଳ ରହିଛି | ଅନୁଷ୍ଠାନର ମହିଳା ମାନେ ଖୁସିରେ ନାଚ ଗୀତ ଗାଇଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ