
ଭୁବନେଶ୍ୱର, 20 ମାର୍ଚ୍ଚ (ହି.ସ.)- ବିଧାନସଭା
ପ୍ରଶ୍ନକାଳରେ ଉଠିଲା ପୂର୍ବ ସରକାରରେ ହେଉଥିବା ସ୍କୁଲ ପୋଷାକ ଯୋଗାଣ ଘୋଟାଲା ପ୍ରସଙ୍ଗ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଉଠାଇଲେ ପ୍ରଶ୍ନ । କହିଲେ, ପୂର୍ବ ସରକାରରେ କିଛି ଅସାଧୁ ବ୍ୟବସାୟୀ ଏସଏଚଜି ମାନଙ୍କୁ
ଢାଲ କରି ନିମ୍ନମାନର ପୋଷାକ ଦେଉଥିଲେ । ସରକାର ଯେଉଁ ମାନର ପୋଷାକ ପାଇଁ ଟଙ୍କା ଦେଉଥିଲା,
ସେହି ମାନର ପୋଷାକ ନଦେଇ ନିମ୍ନ ମାନର ପୋଷାକ ଦିଆଯାଉଥିଲା ବୋଲି ଅଭିଯୋଗ
କରିଛନ୍ତି ଟଙ୍କଧର ।
ଯାହାର ଉତ୍ତର ରଖି ସ୍କୁଲ
ଏବଂ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଗତ
ସରକାରରେ କିଛି ଦଳୀୟ ଲୋକ ପୋଷାକ ଦେଉଥିଲେ, ଯେଉଁଥିରେ ଗୁଣବତ୍ତା
ରହୁନଥିଲା । କିନ୍ତୁ ନୂଆ ନୂଆ ସରକାର ଆସିବା ପରେ ପୋଷାକର ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଉଛି ।
ସ୍କୁଲରେ ପୋଷକ ବଣ୍ଟନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଅଛି । ପୋଷକର ଗୁଣବତ୍ତା ଯାଞ୍ଚ
କରାଯାଉଛି । ବିଇଓ ଏବଂ ଡିଇଓମାନେ ତଦାରଖ କରୁଛନ୍ତି । ଯେଉଁଠି ଅଭିଯୋଗ ଆସିବ, ବିଭାଗ ତଦନ୍ତ କରି ଆକ୍ସନ ନେବ । ନୂଆ ସରକାରରେ ସ୍ବଚ୍ଛତାର ସହ ୟୁନିଫର୍ମ ବଣ୍ଟନକୁ
ବିଭାଗ ଗୁରୁତର ସହ ନେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା