ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନଳ ର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ
ଭୁବନ, ୨୧ ମାର୍ଚ୍ଚ (ହି.ସ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ପଞ୍ଚାୟତର ଅନଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣମୟୀ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ କେନ୍ଦୁଝ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନଳ ର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ


ଭୁବନ, ୨୧ ମାର୍ଚ୍ଚ (ହି.ସ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ପଞ୍ଚାୟତର ଅନଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣମୟୀ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ କେନ୍ଦୁଝରର ଶ୍ରୀମାଙ୍କ ବରିଷ୍ଠ ସାଧକ ଅଜୟ କୁମାର ପଲେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ

ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀନିବାସ ବେହେରା ଓ ଗ୍ରାମର ବରିଷ୍ଠ ନାଗରିକ

ହୃଷିକେଶ ଖିଲାର, ଦୁର୍ୟୋଧନ ଆରୁକ, ହୃଷିକେଶ ସାହୁ, ଅଭୟ ବେହେରା ଯୋଗଦେଇ ସୁସ୍ଥ ଶରୀର ପାଇଁ କ୍ରୀଡା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ସମ୍ପାଦକ ମନମୋହନ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ପଙ୍କଜ ମହାକୁଡ଼ଙ୍କ ସମେତ

ସମସ୍ତ ଅପା ଓ଼ ଭାଇ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ କୃତୀ କ୍ରୀଡାବିତ୍ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande