ପୂର୍ବତନ ମନ୍ତ୍ରୀ ସାଂସଦ ବନମାଳୀ ବାବୁଙ୍କ ୧୦୯ତମ ଜୟନ୍ତୀ ପାଳନ ବନମାଳୀ ବାବୁ ଥିଲେ ଜଣେ ସାଲିସ ବିହୀନ ରାଜନେତା
ସମ୍ବଲପୁର,୨୧ ମାର୍ଚ୍ଚ(ହି.ସ.) – ଆଜି ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପରିସରରେ ବିଶିଷ୍ଠ ଜନନେତା ତଥା ପୂର୍ବତନ ମନ୍ତ୍ରୀ ସାଂସଦ ବନମାଳୀ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳନ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର
ବନମାଳୀ ବାବୁ ଥିଲେ ଜଣେ ସାଲିସ ବିହୀନ ରାଜନେତା


ବନମାଳୀ ବାବୁ ଥିଲେ ଜଣେ ସାଲିସ ବିହୀନ ରାଜନେତା


ସମ୍ବଲପୁର,୨୧ ମାର୍ଚ୍ଚ(ହି.ସ.) – ଆଜି ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପରିସରରେ ବିଶିଷ୍ଠ ଜନନେତା ତଥା ପୂର୍ବତନ ମନ୍ତ୍ରୀ ସାଂସଦ ବନମାଳୀ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳନ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରାକ୍ତନ ସାଂସଦ ଭବାନୀ ଶଙ୍କର ହୋତା ମୁଖ୍ୟ ଅତିଥି ଭାବରେ କାର୍ଯ୍ଯକ୍ରମରେ ଯୋଗଦେଇ ରାଜନୀତିରେ 'ନୀତି' ଓ 'ନୈତିକତା' ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବର୍ତମାନ ବିଭିନ୍ନ କ୍ଷେତ୍ରର ସ୍ଖଳନ ଚିନ୍ତାର ବିଷୟ ପାଲଟିଛି। ଏହି ସମୟରେ ବନମାଳୀ ବାବୁଙ୍କ ଭଳି ପୂରସୁରୀ ମାନଙ୍କ ନୀତି, ଆଦର୍ଶ, ସତର୍କତା ଓ ଆଚରଣର ଯଥେଷ୍ଟ ଆବଶ୍ୟକତା ରହିଛି। ସ୍ୱର୍ଗତ ବାବୁ ନିଜେ ଜଣେ ବିଶାଳ ଅନୁଷ୍ଠାନ ଏବଂ ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତି ଭାବରେ କୌଣସି ଜନସ୍ୱାର୍ଥ ପ୍ରସଙ୍ଗରେ ସାଲିସ କରୁନଥିଲେ। ନିଜ ଉଦ୍ୟମରେ ଅନେକ ଶିକ୍ଷାନୁଷ୍ଠାନ ଗଠନ କରିଯାଇଛନ୍ତି। ହୋମିଓପାଥିକ କଲେଜ ଓ ଚିପିଲିମା ଓୟୁଏଟି କଲେଜର ସାମ୍ପ୍ରତିକ ସ୍ଥିତାବସ୍ଥାରେ ବନମାଳୀ ବାବୁଙ୍କ ଭଳି ବ୍ୟକ୍ତିଙ୍କ ଅବଦାନ ସର୍ବଦା ଅନସ୍ୱୀକାର୍ଯ୍ୟ। ପ୍ରକୃତି ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କର ଦୁରଦୃଷ୍ଟି ସଦା ସ୍ମରଣୀୟ ହୋଇରହିବ। ତାଙ୍କ ନାମରେ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନାମିତ କରି ବହୁମୁଖୀ ପ୍ରତିଭାଙ୍କ ସ୍ମୃତିରକ୍ଷା ଜରୁରୀ ବୋଲି ଶ୍ରୀ ହୋତା ନିଜ ବ୍ଯକ୍ତବରେ ମତ ଦେଇଥିଲେ।

ସଭାରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର କହିଲେ ଯେ, ବନମାଳୀ ବାବୁ ସାଧୁତା ଓ ସଚ୍ଚୋଟତା ପାଇଁ ରାଜନୀତିରେ ବିରଳ ବ୍ୟତିକ୍ରମ ଥିଲେ। ସେ ଦୀର୍ଘ ସମୟଧରି ରାଜନୈତିକ ଓ ସାଧାରଣ ଜୀବନରେ ଥିଲେ ମଧ୍ୟ ଦୁର୍ନୀତି ଓ ଅପରାଧକୁ କେବେ ବି ପ୍ରଶ୍ରୟ ଦେଇନାହାନ୍ତି। ଅଂଚଳର ସ୍ୱାର୍ଥ ନେଇ କେବେ ବି ସାଲିସ କରିନାହାନ୍ତି। ବୟସ ଓ ମତବାଦ ନିର୍ବିଶେଷରେ ସେ ସମସ୍ତଙ୍କୁ ଆଦର କରି ସମ୍ମାନ ଅଧିକାର କରୁଥିଲେ। ଯାହା ତାଙ୍କ ସମୟର ଇତିହାସ ଓ ଜୀବନୀ ଅଧ୍ୟୟନରୁ ପ୍ରତିଫଳିତ ହୋଇଥାଏ। ବନମାଳୀ ବାବୁ କ୍ଷମତାକୁ ସର୍ବଦା ଜନସେବା ପାଇଁ ବ୍ୟବହାର କରିଆସିଛନ୍ତି। ମନ୍ତ୍ରୀ ଓ ସାଂସଦ ପଦପଦବୀରେ ଥିଲେ ମଧ୍ୟ ସେ କୌଣସି ଲୋଭର ବଶବର୍ତୀ ହେବା ନଜୀର ନାହିଁ। ଏହି ବହୁମୁଖି ରାଜନେତାଙ୍କୁ କ୍ଷମତା କେବେବି କଳୁଷିତ କରିପାରିନଥିଲା ବୋଲି ଶ୍ରୀ ମହାପାତ୍ର କହିଥିଲେ।

ସଭାପତି ପ୍ରଫେସର ପାଢ଼ୀ ନିଜ ବ୍ଯକ୍ତବରେ କହିଲେ ଯେ, କଂଗ୍ରେସର ଇତିହାସରେ ଅନେକ ଉତଥାନ ପତନ ହୋଇଛି। ହେଲେ ସ୍ୱର୍ଗତ ବାବୁ କୌଣସି ପରିସ୍ଥିତିରେ ଦଳ ନଛାଡ଼ି ଆଜୀବନ କଂଗ୍ରେସ ମ୍ୟାନ ହୋଇ ରାଜନୀତିରେ ଉତ୍କୃଷ୍ଠ ବ୍ୟକ୍ତିତ୍ୱର ପ୍ରଦର୍ଶନ କରି ଆସିଥିଲେ। ଏହି ଅବସରରେ ଅଧ୍ୟାପକ ଅଶ୍ୱନୀ କୁମାର ବାରିକଙ୍କ ଦ୍ୱାରା ଲିଖିତ ଓ ନୃସିଂହ ଗୁରୁ ସ୍ମୃତି ସମିତି ପ୍ରକାଶିତ ପୁସ୍ତକ 'ନୃସିଂହ ଗୁରୁ : ଜୀବନ ଓ ବ୍ରତ' ଉନ୍ମୋଚିତ ହୋଇଥିଲା। ଶେଷରେ ପବ୍ଲିକ ଲାଇବ୍ରେରୀର ସଭ୍ୟ ସମ୍ପାଦକ ରଘୁନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande