
ଭୁବନେଶ୍ବର, 21 ମାର୍ଚ୍ଚ (ହି.ସ.)- ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମନରେଗା ଅଧିନରେ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟରତ ଥିବା ସମସ୍ତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏ.ପି.ଓ.) ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଓଡ଼ିଶା ଷ୍ଟେଟ୍ ଏମ୍.ସି. ଓ ଏ.ପି.ଓ. ଆସୋସିଏସନ୍ (ଓସ୍ମା) ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରାଯାଇଛି । ସଂଘର ନିଷ୍ପି ଅନୁଯାୟୀ ସମସ୍ତ ୩୧୪ଗୋଟି ବ୍ଲକରେ କାର୍ଯ୍ୟରତ ଥିବା ଏ.ପି.ଓ.ମାନେ ନିଜର ଦାବିି ଉପସ୍ଥାପନ କରିବା ପାଇଁ କଳାବ୍ୟାଚ୍ ପିନ୍ଧି ଅଭିନବ ପ୍ରତିବାଦର ସହାୟତା ନେଇଛନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସ୍େୱ ଏପିଓ ମାନେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସ୍ଥାୟୀ ନିଯୁକ୍ତି ପାଇପାରୁ ନାହାନ୍ତି । ସରକାର ଯଦି ଆସନ୍ତା ୩୧ ମାର୍ଚ୍ଚ ସୁଦ୍ଧା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ତୁରନ୍ତ ନିଦେ୍ର୍ଦଶନାମା ଜାରି ନକରନ୍ତି, ତେବେ ଏହି ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘର ସଭାପତି ଗୋପାଳ ପଣ୍ଡା ଜଣାଇଛନ୍ତି । ସରକାରଙ୍କୁ ବିନୀତ ଅନୁରୋଧ କରି ଆମ୍ଭମାନଙ୍କର ୧୫ବର୍ଷର ଅକ୍ଳାନ୍ତ ପରିଶ୍ରମ ଏବଂ ଭବିଷ୍ୟତ ସୁରକ୍ଷା ପାଇଁ ଆମକୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଅନୁରୋଧ କରିଛନ୍ତି ଏପିଓ ସଂଘର ରାଜ୍ୟ ସମ୍ପାଦକ ମାନସ ରଂଜନ କର ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା