

ବଲାଙ୍ଗିର, ୨୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ତୋଷାଳୀ ବିଦ୍ଯା ମନ୍ଦିର ତୁଷୁରା ଠାରେ ବିଶ୍ୱ ପଖାଳ ଦିବସ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନ ଓ ସଂପାଦକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି।
ତୋଷାଳୀ ବିଦ୍ଯା ମନ୍ଦିରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ସାହିତ୍ୟ ଘରର ସଦସ୍ୟ ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ସୁଶୀଳ କୁମାର ଦାସ, ପ୍ରହଲ୍ଲାଦ ଦଣ୍ଡସେନା, ହରିଶଙ୍କର ବାଗ ତଥା ସଦସ୍ୟା ହୀରାବତୀ ସାହୁ, ବବିତା ନାୟକ, ତୃପ୍ତିମୟୀ ତ୍ରିପାଠୀ ସାମିଲ ହୋଇ ପଖାଳ ଖାଇ ବିଶ୍ବ ପଖାଳ ଦିବସ ପାଳନ କରିଥିଲେ। ଶେଷରେ ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ସଂଯୋଜକ ଅରବିନ୍ଦ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ