କେନାଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ପୋଲିସ ତଦନ୍ତ ଜାରି
ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ମରୁଆ ଗାଁ ନିକଟ ଏକ କେନାଲ ଭିତରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଆଜି ଠାବ କରିଛି ପାଟଣାଗଡ ପୋଲିସ । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ଜଣା ପଡୁଥିବା ବେଳେ ପରିଚୟ ମିଳି ପାରିନାହିଁ । ପାରିପାର୍ଶ୍ବିକ
କେନାଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ପୋଲିସ ତଦନ୍ତ ଜାରି


ବଲାଙ୍ଗିର, 21 ମାର୍ଚ୍ଚ (ହି.ସ.)

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ମରୁଆ ଗାଁ ନିକଟ ଏକ କେନାଲ ଭିତରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ

ଆଜି ଠାବ କରିଛି ପାଟଣାଗଡ ପୋଲିସ । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ଜଣା ପଡୁଥିବା ବେଳେ ପରିଚୟ ମିଳି ପାରିନାହିଁ । ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟା, ଆତ୍ମହତ୍ୟା ନା ସାଧାରଣ ମୃତ୍ୟୁ ଜଣା ପଡୁନାହିଁ । ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande