ଗ୍ୟାସ ମହାଜୁଦ ଅଛି, ଓଟିପି ଜରୁରୀ
ଜୟପୁର,୨୧ ମାର୍ଚ୍ଚ(ହି.ସ.) – କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ ଏବଂ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ବୋଲି ଗ୍ୟାସ ଏଜେନ୍ସି ତରଫରୁ ସୂଚନା ମିଳିଛି। ଖାଉଟିମାନେ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିଣୀଗିଡା ସ୍ଥିତ ଏଚପି ଗ
ଗ୍ୟାସ ମହାଜୁଦ ଅଛି,  ଓଟିପି ଜରୁରୀ


ଜୟପୁର,୨୧ ମାର୍ଚ୍ଚ(ହି.ସ.) – କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ ଏବଂ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ବୋଲି ଗ୍ୟାସ ଏଜେନ୍ସି ତରଫରୁ ସୂଚନା ମିଳିଛି। ଖାଉଟିମାନେ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିଣୀଗିଡା ସ୍ଥିତ ଏଚପି ଗ୍ୟାସ ବିତରକ ଘନଶ୍ୟାମ ମହାନ୍ତିଙ୍କ ସୂଚନା ଅନୁଯାୟୀ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ମୋଟ ଆଠଟି ବ୍ଲକର ୩୫ ହଜାର ୮ ଶହ ୬୦ ଜଣ ଗ୍ରାହାକ ଅଛନ୍ତି। କୋରାପୁଟ ଜିଲ୍ଲାର ଚାରିଟି ବ୍ଲକ ଯଥା ବୈପାରୀଗୁଡା, ଲମତାପୁଟ, କୁନ୍ଦୁରା, ନନ୍ଦପୁର ଏବଂ ମାଲକାନଗିରି ଜିଲ୍ଲାର ମାଥିଲି, ଖଇରପୁଟ,କୁଡୁମୁଳୁଗୁମ୍ମା, ଚିତ୍ରକୋଣ୍ଡା ଅଂଚଳ ପାଇଁ ଏଚପି ଗ୍ୟାସ ମହଜୁଦ ଅଛି। ଏମାନଙ୍କ ପାଇଁ ଗ୍ୟାସ ଯୋଗାଇ ଦେବାରେ କୌଣସି ଅସୁବିଧା ନାହିଁ କିନ୍ତୁ ଓଟିପି ଏବଂ ଇ-କେୟାସି ଜରୁରୀ ବୋଲି କହିଛନ୍ତି। ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ଅଙ୍ଗନବାଡି, ସ୍କୁଲ, କଲେଜ ହଷ୍ଟେଲ ଶିକ୍ଷାନୁଷ୍ଠାନ ଭଳି ଅତ୍ୟାବଶ୍ୟକୀୟ ଅଣ-ଘରୋଇ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଭିତିରେ ଗ୍ୟାସ ଯୋଗାଇ ଦିଆଯାଉଛି। ଗତ ତା ୦୫-୦୩-୨୬ ରିଖ ଦିନ କେନ୍ଦ୍ର ସରକାର ନିର୍ଦେଶ ରହିଥିଲା ଯେ, ଗ୍ରାମାଂଚଳରେ ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ବୁକିଂ ଅବଧି ୨୧ ଦିନରୁ ୨୫ ଦିନକୁ ବୃଦ୍ଧି କରାଯାଇଥିଲା କିନ୍ତୁ ଯୁଦ୍ଧ ପରିସ୍ଥିତିକୁ ଦେଖି ତାହା ଏବେ ୨୫ ଦିନରୁ ୪୫ ଦିନକୁ ବୃଦ୍ଧି କରାଯାଇଛି। ଜନ ସାଧାରଣ ଅଯଥା ଗ୍ୟାସ ଷ୍ଟକ୍ ନକରିବାକୁ ନିବେଦନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande