ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ
ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)-ହୁତ୍ ହୁତ୍ ହୋଇ ଜଳିଲା ବସ୍। ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ମାଲକାନଗିରି ଆସୁଥିବା ଏକ ଘରୋଇ
ହୁତ୍ହୁତ୍ ହୋଇ ଜଳିଲା ବସ୍ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ


ମାଲକାନଗିରି, ୨୧ ମାର୍ଚ୍ଚ (ହି.ସ.)-ହୁତ୍ ହୁତ୍ ହୋଇ ଜଳିଲା ବସ୍। ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ମାଲକାନଗିରି ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ରେ ନିଆଁ ଲାଗିଯାଇଛି। ଫଳରେ ବସଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ନୀଳକଣ୍ଠେଶ୍ବର ଅରେଞ୍ଜ ବସଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡରୁ ମାଲକାନଗିରି ଜିଲ୍ଲା ଅଭିମୁଖେ ବାହାରି ଥିଲା । ହେଲେ ରାତି ପ୍ରାୟ ୩ଟା ସମୟରେ ଆନ୍ଧ୍ର ପ୍ରଦେଶର ରାମ ଭଦ୍ରପୁରମ ନିକଟରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ କିନ୍ତୁ ବସ୍ ସହ ଜିନିଷ ପତ୍ର ପୋଡିଯାଇଥିଲା। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ସେହି ବସ୍ ରେ ମାଲକାନଗିରି ଆସୁଥିଲେ । ଘଟଣାସ୍ଥଳରେ ଆନ୍ଧ୍ର ପ୍ରଦେଶ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande