ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଇସିଡିଏସ ମାସିକ ସମୀକ୍ଷା ବୈଠକ
ଝାରସୁଗୁଡା, ୨୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମନ୍ୱିତ ଶିଶୁ ବିକାଶ ସେବାର ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱା
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଇସିଡିଏସ ମାସିକ ସମୀକ୍ଷା ବୈଠକ


ଝାରସୁଗୁଡା, ୨୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମନ୍ୱିତ ଶିଶୁ ବିକାଶ ସେବାର ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ଓ ପୋଷଣ ସେବାର ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକ ପ୍ରାରମ୍ଭରେ 'ପୋଷଣ ଟ୍ରାକର' ଆପ୍ର ବ୍ୟବହାରକୁ ଅଧିକ କ୍ରିୟାଶୀଳ କରିବା ସହ ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରର ତଥ୍ୟକୁ ରିଅଲ୍-ଟାଇମ୍ ଭିତ୍ତିରେ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କୁପୋଷିତ ଶିଶୁମାନଙ୍କର ସ୍ୱତନ୍ତ୍ର ଟ୍ରାକିଂ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସେବାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଜୋର ଦିଆଯାଇଛି।ମିଶନ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ନିର୍ଦ୍ଦେଶାବଳୀ ଅନୁସାରେ କୁପୋଷଣ ଦୂର କରିବା ପାଇଁ ରିଅଲ-ଟାଇମ ତଥ୍ୟ ଭର୍ତ୍ତି ଓ ବୃଦ୍ଧି ନିରୀକ୍ଷଣ (ଓଜନ ମାପ) ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ଏହାସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ହିତାଧିକାରୀମାନଙ୍କୁ ସମୟାନୁସାରେ 'ଟେକ୍ ହୋମ୍ ରାସନ୍' ବଣ୍ଟନ ଏବଂ ଟିକାକରଣ ନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୁପୋଷିତ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବା ସହ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ବୈଠକରେ ପରାମର୍ଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପିଓ କମ୍ ପିଓ, ପିଓ ସଦର, ଡିସି ହବ୍, ଡିସି ମମତା, ଲେଡି ସୁପରଭାଇଜର ଏବଂ ସମସ୍ତ ବ୍ଲକର ସିଡିପିଓମାନେ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ଆଇସିଡିଏସ ପ୍ରକଳ୍ପରେ ଖାଲିଥିବା ଷ୍ଟାଫ୍ ପୋଷ୍ଟିଂ ଏବଂ ସେବାରେ ସ୍ୱଚ୍ଛତା ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande