ଜିଲ୍ଲାପାଳଙ୍କ ବ୍ରଜରାଜନଗର ଗସ୍ତ; ବସଷ୍ଟାଣ୍ଡ ଓ ପ୍ରସ୍ତାବିତ ପାଠାଗାର ସ୍ଥାନ ପରିଦର୍ଶନ
Collector visit Brajrajnagar area
ଜିଲ୍ଲାପାଳଙ୍କ ବ୍ରଜରାଜନଗର ଗସ୍ତ; ବସଷ୍ଟାଣ୍ଡ ଓ ପ୍ରସ୍ତାବିତ ପାଠାଗାର ସ୍ଥାନ ପରିଦର୍ଶନ


ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ପୌରାଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଶେଷ କରି ସହରର ଗମନାଗମନ ସୁବିଧା ଏବଂ ଶିକ୍ଷାର ବିକାଶ ପାଇଁ ପ୍ରସ୍ତାବିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଆଲୋଚନା କରିଛନ୍ତି।

ଜିଲ୍ଲାପାଳ ପ୍ରଥମେ ଖାଲିଆକାନି ଅଞ୍ଚଳ ଗସ୍ତ କରି ସେଠାରେ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ପାଇଁ ଚିହ୍ନଟ ହୋଇଥିବା ଜମିର ଅନୁଧ୍ୟାନ କରିଥିଲେ। ସହରରେ ବଢୁଥିବା ଜନସଂଖ୍ୟା ଓ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବସଷ୍ଟାଣ୍ଡର ଆବଶ୍ୟକତା ରହିଥିବା ବେଳେ, ଏହାର ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହୋଇପାରିବ ସେ ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାପରେ ଜିଲ୍ଲାପାଳ ବ୍ରଜରାଜନଗର ମହିଳା ମହାବିଦ୍ୟାଳୟ ନିକଟକୁ ଯାଇ ପ୍ରସ୍ତାବିତ ପାଠାଗାର ସ୍ଥାନ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷାବିତ୍ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ପାଠାଗାର ନିର୍ମାଣ କରାଯିବାକୁ ଯୋଜନା ରହିଛି। ସ୍ଥାନୀୟ ଅଞ୍ଚଳର ପିଲାମାନେ ଯେପରି ଏହାର ସୁଫଳ ପାଇପାରିବେ, ସେଥିପାଇଁ ତୁରନ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିଦର୍ଶନ ସମୟରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande