ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ ପରିଦର୍ଶନ କଲେ ଜିଲ୍ଲାପାଳ
ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏମ୍ସିଏଲ୍ ଓରିଏଣ୍ଟ ଖଣି ନମ୍ବର-୪ ପରିସରରେ ନିର୍ମିତ ''ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ'' ଏବଂ ଏଠାରେ ଥିବା ସ୍ୱତନ୍ତ୍ର ଖଣି ମ୍ୟୁଜିୟମ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ମ୍ୟୁଜିୟମ ବୁଲି ଦେଖିବା ସହ ଝାରସୁଗୁଡ଼ାର ସମୃଦ
ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ ପରିଦର୍ଶନ କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୨୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏମ୍ସିଏଲ୍ ଓରିଏଣ୍ଟ ଖଣି ନମ୍ବର-୪ ପରିସରରେ ନିର୍ମିତ 'ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ' ଏବଂ ଏଠାରେ ଥିବା ସ୍ୱତନ୍ତ୍ର ଖଣି ମ୍ୟୁଜିୟମ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ମ୍ୟୁଜିୟମ ବୁଲି ଦେଖିବା ସହ ଝାରସୁଗୁଡ଼ାର ସମୃଦ୍ଧ ଖଣି ଇତିହାସ ସମ୍ପର୍କରେ ଜିଲ୍ଲାର ଛାତ୍ର ଛାତ୍ରୀ କିଭଳି ଅଧିକ ସଚେତନ ହୋଇପାରିବେ ତାହା ଉପରେ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଥିଲେ। ମାଟି ତଳୁ କିଭଳି ଭାବେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କୋଇଲା ଉତ୍ତୋଳନ କରାଯାଏ, ସେ ସମ୍ବନ୍ଧରେ ଏଠାରେ ପ୍ରଦର୍ଶିତ ମଡେଲଗୁଡ଼ିକୁ ସେ ଅନୁଧ୍ୟାନ କରିଥିଲେ।

ପରିଦର୍ଶନ ଶେଷରେ ଜିଲ୍ଲାପାଳ କହିଛନ୍ତି ଯେ, ଝାରସୁଗୁଡ଼ାର ଖଣି ଇତିହାସ ଏବଂ କୋଇଲା ଖନନର ବାସ୍ତବ ପ୍ରକ୍ରିୟା ବିଷୟରେ ଜାଣିବା ପାଇଁ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାକୁ ନିଶ୍ଚିତ ଭାବେ ଆସିବା ଉଚିତ। ଏହା ସେମାନଙ୍କୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ବାହାର ଦୁନିଆର ବାସ୍ତବ ଅଭିଜ୍ଞତା ପ୍ରଦାନ କରିବ।

ଏହି ଗସ୍ତ ସମୟରେ ଏମସିଏଲ ର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ରହି ପାର୍କର ପରିଚାଳନା ଏବଂ ଆଗାମୀ ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande